କେନ୍ଦ୍ରପଡ଼ା : ମହଙ୍ଗା ପଡ଼ିଲା ସୋସିଆଲ ମିଡିଆ ପୋଷ୍ଟ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳର ଜଣେ ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଛାଡ଼ିବା ଅଭିଯୋଗରେ କେନ୍ଦ୍ରାପଡ଼ା ସାଇବର ଥାନା ପୁଲିସ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ଯଅଁରାବାରିମୂଳ ଗ୍ରାମର ମାନସ କୁମାର ବଳ । ଏନେଇ ସୂଚନା ଦେଇଛନ୍ତି ସାଇବର ଥାନା ଇନସପେକ୍ଟର ସୌମ୍ୟରଞ୍ଜନ ପାଣିଗ୍ରାହୀ ।

ମିଳିଥିବା ଖବର ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତି ଜଣକ ଭେଟେନାରୀ ବିଭାଗ ବିଭାଗରେ କାର୍ଯ୍ୟ କରୁଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମରେ ଏକ ଫେକ ଆଇଡି ଖୋଲି ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡ଼ିଓ ଅପଲୋଡ୍ କରିବା ସହ ତାଙ୍କ ଟେଲିଫୋନ ନମ୍ବର ଦେଇଥିଲେ । ଯେଉଁ କାରଣରୁ ମହିଳା ଜଣକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେ , ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ କରାଯିବା ପରେ ଏବେ ଆକ୍ସନ ହୋଇଛି । ମାନସଙ୍କ ବିରୁଦ୍ଧରେ ପୁଲିସ ମାମଲା ରୁଜୁ କରିବା ସହ ଗିରଫ କରିଛି ।

ଏହାସହ ପଢ଼ନ୍ତୁ : ISKCON Ratha Yatra : ଗଜପତିଙ୍କୁ ଖାତିର କଲାନି ଇସ୍କନ, ବିଦେଶରେ ଏକାଧିକ ସ୍ଥାନରେ କଲା ଅଦିନିଆ ରଥଯାତ୍ରା