PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

କ୍ୟାନ୍ସର୍ ରୋଗରୁ ରକ୍ଷା କରିବ କଦଳୀ! ଜାଣନ୍ତୁ କ’ଣ କହୁଛି ଅଧ୍ୟୟନ

ନୂଆଦିଲ୍ଲୀ ୦୮/୦୮: କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଥାଏ। ଯାହା ଆମକୁ ଶରୀରର ଅନେକ ରୋଗରୁ ସୁରକ୍ଷିତ ରଖେ। ଅଧିକାଂଶ ଲୋକ ଓଜନ ବଢାଇବା ପାଇଁ କିମ୍ବା ଶରୀରକୁ ମଜବୁତ ରଖିବା ପାଇଁ କଦଳୀ ଖାଆନ୍ତି। କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଦ୍ୱାରା କ୍ୟାନ୍ସର୍ ରୋଗରୁ ରକ୍ଷା ମିଳିଥାଏ। ଅନୁସନ୍ଧାନରୁ ଜଣାପଡିଛି କଦଳୀ ଖାଇବା ଦ୍ୱାରା କ୍ୟାନ୍ସର ରୋଗ ହେବାର ଆଶଙ୍କା କମିଯାଏ। କେବଳ କଦଳୀ ନୁହେଁ ଅନ୍ୟ ପ୍ରତିରୋଧକ ଷ୍ଟାର୍ଚ୍ ସମୃଦ୍ଧ ଖାଦ୍ୟ ମଧ୍ୟ ଆପଣଙ୍କୁ କ୍ୟାନ୍ସର୍ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ସୂଚନା ଅନୁଯାୟୀ, ରେଜିଷ୍ଟାଣ୍ଟ ଷ୍ଟାର୍ଚ (ଆରଏସ୍) କାର୍ବୋହାଇଡ୍ରେଟରେ ଭରପୂର ହୋଇଥାଏ। ଏହି ଷ୍ଟାର୍ଚଗୁଡିକ କ୍ଷୁଦ୍ର ଅନ୍ତନଳୀରୁ ହଜମ ନହୋଇ ବୃହତ୍ ଅନ୍ତନଳୀରେ ପହଞ୍ଚେ, ଏବଂ ସେଠାରେ ଯାଇ ହଜମ ହୁଏ। ରେଜିଷ୍ଟାଣ୍ଟ ଷ୍ଟାର୍ଚଗୁଡିକ ଉଦ୍ଭିଦ ଭିତ୍ତିକ ଖାଦ୍ୟ ଯେପରିକି ଶସ୍ୟ, କଦଳୀ, ଡାଲି, ଚାଉଳ, ରନ୍ଧା ଏବଂ ଥଣ୍ଡା ପାସ୍ତା ଇତ୍ୟାଦି।

ଏହି ଷ୍ଟାର୍ଚ ଫାଇବରର ଏକ ଅଂଶ, ଯାହା ଆପଣଙ୍କୁ କଲୋରେକ୍ଟାଲ୍ କ୍ୟାନ୍ସର୍ ଏବଂ ଅନେକ ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ବ୍ରିଟେନର ନ୍ୟୁ କାସାଲ୍ ଏବଂ ଲିଡସ୍ ୟୁନିଭର୍ସିଟିର ଅଧ୍ୟୟନରୁ ଜଣାଯାଇଛି ଯେ ରେଜିଷ୍ଟାଣ୍ଟ ଷ୍ଟାର୍ଚ ପାଉଡର ମଧ୍ୟ ଲିଞ୍ଚ ସିଣ୍ଡ୍ରୋମ ଥିବା ଲୋକଙ୍କଠାରେ କ୍ୟାନ୍ସର୍ ରୋଗର ଆଶଙ୍କା କମାଇଥାଏ। ଗବେଷଣା ଏହି ସତ୍ୟକୁ ପ୍ରମାଣିତ କରିଛି ଯେ ପ୍ରତିଦିନ ୩୦ ଗ୍ରାମ୍ ରେଜିଷ୍ଟାଣ୍ଟ ଷ୍ଟାର୍ଚ ଖାଇବା ଦ୍ୱାରା କ୍ୟାନ୍ସର ରୋଗର ଆଶଙ୍କା କମିଯାଏ। ୩୦ ଗ୍ରାମ ରେଜିଷ୍ଟାଣ୍ଟ ଷ୍ଟାର୍ଚ ୧ଟି କଞ୍ଚା କଦଳୀ ସହିତ ସମାନ।