ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ

Published By : Harapriya Sethi | March 31, 2025 8:26 AM

ଭୁବନେଶ୍ୱର,୩୧/୩: ଭାଇ ଭାଇ ଭିତରେ ଜମି ବାଡ଼ି ବିବାଦକୁ ନେଇ ଭରତପୁରରେ ବୁଲିଲା କଟୁରୀ । ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ। ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି । ଆହତ ତିନିଜଣ ହେଲେ ଅଶୋକ, ବୁଦ୍ଧିଆ ଏବଂ ଜଗନ୍ । ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳର ବନଦୂର୍ଗା ବସ୍ତିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି। 

ସୂଚନା ମୁତାବକ, ଭାଇ ଭାଇ ଭିତରେ ଜମି ବାଡ଼ି ବିବାଦକୁ ନେଇ ଭରତପୁର ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର । ଅନେକ ଦିନରୁ ଲାଗି ରହିଥିବା ବିବାଦକୁ ନେଇ ରବିବାର ଭରତପୁର ଥାନାରେ ଦୁଇ ଭାଇଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । କିନ୍ତୁ ବିଳମ୍ବିତ ରାତିରେ ଏହା ଉଗ୍ରରୂପ ନେଇଥିଲା। ବଡ ଭାଇ ସାହି ବାହାରୁ ଗୁଣ୍ଡା ଡକାଇ ସାନ ଭାଇକୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହାକୁ ପ୍ରତିବାଦ କରିଥିବା ସ୍ଥାନୀୟ ଲୋକେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଦୁଇଟି ପିସିଆର୍ ଏବଂ ଭରତପୁର ଥାନା ପୋଲିସ ପହଞ୍ଚି ଥିଲେ ମଧ୍ୟ ସ୍ଥାନୀୟ ଲୋକେ ହାଣିଥିବା ଲୋକକୁ ଛାଡ଼ିବାକୁ ନାରାଜ ହୋଇଥିଲେ । ଉତ୍ତେଜନା ବଢିବାରୁ ଅଭିଯୁକ୍ତକୁ ଥାନାକୁ ନେବା ପାଇଁ ଦୁଇ ସେକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ତେବେ ରାସ୍ତା ଅବରୋଧ କରିଥିବା ଲୋକଙ୍କୁ ଭରତପୁର ଥାନା ଅଧିକାରୀ ବୁଝାଇବା ସହ ପ୍ରଥମ ପର୍ଯ୍ୟାୟରେ ଅଭିଯୁକ୍ତଙ୍କ ପରିବାରକୁ ଗାଡ଼ିରେ ନେଇଥିଲେ । କିନ୍ତୁ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ନେବା ସମୟରେ ଲୋକେ ବିରୋଧ କରିଥିଲେ। ପୋଲିସ ଜବରଦସ୍ତି ନେବାକୁ ସ୍ଥିର କରିବା ବେଳେ ଆହୁରି ଉତ୍ତେଜନା ପ୍ରକାଶ ପାଇଥିଲା । ଏମିତିକି ଉତ୍ୟକ୍ତ ଲୋକ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଉଭୟ ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଏକାଧିକ ବ୍ୟକ୍ତି ମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣାର ସମସ୍ତ ଅଭିଯୁକ୍ତ ପୋଲିସ ହେପାଜତରେ ଥିବା ବେଳେ ଚାପା ଉତ୍ତେଜନା ପରିସ୍ଥିତି ପାଇଁ ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.