ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଶେଖ ହସିନାଙ୍କୁ ୬ ମାସ ଜେଲଦଣ୍ଡ; ଅଦାଲତଙ୍କୁ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ

Published By : Rasmita Pradhan | July 2, 2025 3:18 PM

ନୂଆଦିଲ୍ଲୀ, ୦୨/୦୭ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୬ ମାସ ଜେଲଦଣ୍ଡ। ଅଦାଲତ ଅବମାନନା ଅଭିଯୋଗରେ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବ୍ୟୁନାଲ୍ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ବୁଧବାର ଜଷ୍ଟିସ୍ ମହମ୍ମଦ ଗୁଲାମ ମୁତର୍ଜା ମଜୁମଦାରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହୋଇଥିଲା। ଏହି ଅଡିଓ କ୍ଲିପ୍‌ରେ ଶେଖ୍ ହସିନା ଗୋବିନ୍ଦଗଞ୍ଜ ଉପଜିଲ୍ଲା ଚେୟାରମ୍ୟାନ୍ ଶକିଲ ବୁଲବୁଲଙ୍କ ସହ କଥା ହେଉଥିଲେ। ଏହି ସମୟରେ ସେ କହିଥିଲେ ଯେ, ମୋ ବିରୋଧରେ ୨୨୭ ମାମଲା ରୁଜୁ ହୋଇଛି। ଏଥିପାଇଁ ପାଇଁ ମୋତେ ୨୨୭ ଲୋକଙ୍କୁ ମାରିବାକୁ ଲାଇସେନ୍ସ ମିଳିଯାଇଛି। ଏହାପରେ ଶେଖ ହସିନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରୁଛନ୍ତି। ଦେଶରେ ଚାଲିଥିବା ବିଦ୍ରୋହ ସମ୍ବଧିତ ମକୋଦ୍ଦମାରେ ସାମିଲ ଥିବା ଲୋକଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି। ଅଦାଲତଙ୍କ ଅବମାନନା କରୁଛନ୍ତି। ଏହି ମାମଲାରେ ଏବେ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବ୍ୟୁନାଲ୍ ଶେଖ ହସିନାଙ୍କୁ ୬ ମାସ ଏବଂ ଶକିଲ ବୁଲବୁଲଙ୍କୁ ୨ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ପ୍ରଥମ ଥର ପାଇଁ ଦେଶ ଛାଡ଼ିଥିବା ଆବାମୀ ଲିଗ୍ ଲିଡର ଶେଖ ହସିନାଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ୨୦୨୪ରେ ବାଙ୍ଗଲାଦେଶରେ ରାଷ୍ଟ୍ରବ୍ୟାପୀ ବିଦ୍ରୋହ ଏବଂ ଆବାମୀ ଲିଗ୍ ସରକାର ଭାଙ୍ଗିବା ପରେ ଶେଖ ହସିନା ଭାରତ ଚାଲି ଆସିଥିଲେ। ଏବେ ସେ ନୂଆଦିଲ୍ଲୀରେ ରହୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.