ଢାକା : ଶେଖ୍ ହସିନାଙ୍କ କ୍ଷମତାରୁ ହଟିବା ପରେ ବାଂଲାଦେଶ କଟ୍ଟରପନ୍ଥୀଙ୍କ ଗଡ଼ ପାଲଟି ଗଲା। ପ୍ରଥମେ ଅନେକ ଦିନ ଯାଏ ହିନ୍ଦୁଙ୍କ ବିରୋଧରେ ଖୁବ୍ ହିଂସାକାଣ୍ଡ ହୋଇଛି, ପରେ ଦୁର୍ଗା ପୂଜା ପାଇଁ ଜଜିଆ ଟ୍ୟାକ୍ସ, ନମାଜ ସମୟରେ ସାଉଣ୍ଡ ସିଷ୍ଟମ ବନ୍ଦ ରଖିବା ଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର କେବଳ ଭାରତରେ ନୁହେଁ , ବରଂ ଅନ୍ୟ ସବୁ ଦେଶରେ ମଧ୍ୟ ବିରୋଧ ହୋଇଛି। ଏବେ ସାରା ଦୁନିଆରେ ସମାଲୋଚନାର ଶିକାର ହେବା ପରେ ଶେଷରେ ବାଂଲାଦେଶ ସରକାର ବାଟକୁ ଆସି ଯାଇଛି।
ଗତ କିଛି ଦିନରେ ମହମ୍ମଦ ୟୁନିସଙ୍କର ସରକାର କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହାସହ, ନିଜେ ମଧ୍ୟ ଦେଶବାସୀଙ୍କୁ ଦୁର୍ଗାପୂଜାର ଶୁଭ କାମନା ଦେଇଛନ୍ତି। ବାଂଲାଦେଶ ସରକାର ଦେଶରେ ଦୁର୍ଗାପୂଜା ଉତ୍ସବ ପାଇଁ ଅତିରିକ୍ତ ଛୁଟିର ଘୋଷଣା କରିଛନ୍ତି। ଅତିରିକ୍ତ ଛୁଟିର ଘୋଷଣା ସଂଖ୍ୟାଲଘୁ ସମୂହ ଦ୍ୱାରା ୮ ସୂତ୍ରୀ ଦାବି ଜାରି କରାଯିବା ପରେ କରାଯାଇଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ଙ୍କ ଉପ ପ୍ରେସ୍ ସଚିବ ଅବୁଲ କଲାମ ଆଜାଦ ଏଏନଆଇକୁ କହିଛନ୍ତି କି, ପାରମ୍ପରିକ ଭାବେ ଦୁର୍ଗାପୂଜା ପାଇଁ ବାଂଲାଦେଶରେ ଗୋଟିଏ ଦିନର ଛୁଟି ହେଉଥିଲା, କିନ୍ତୁ ଚଳିତ ଥର ଦୁଇଟି ସାର୍ବଜନିକ ଛୁଟି ହେବ ଏବଂ ଏହାକୁ ୱିକେଣ୍ଡର ଦୁଇ ଦିନରେ ଯୋଡ଼ା ଯିବ, ଏଥିପାଇଁ ସମୁଦାୟ ଦୁର୍ଗା ପୂଜାର ଅବସରରେ ବାଂଲାଦେଶରେ ହିନ୍ଦୁଙ୍କୁ ୪ଦିନର ଛୁଟି ମିଳିବ।
ଉପ ପ୍ରେସ୍ ସଚିବ ଆହୁରି କହିଛନ୍ତି ଯେ, ଅତିରିକ୍ତ ଛୁଟିକୁ ଆଜି ଜାରି କରାଯାଇ ଥିବା କାର୍ଯ୍ୟକାରୀ ଆଦେଶ ମାଧ୍ୟମରେ କ୍ରିୟାନ୍ୱିତ କରାଯିବ। ଆଜାଦ କହିଛନ୍ତି, ସରକାର ବାଂଲାଦେଶରେ ୫ ଅଗଷ୍ଟରେ ହୋଇଥିବା ପରିବର୍ତ୍ତନ ପରେ ନିକଟରେ ହୋଇଥିବା ହମଲାରେ ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଢାକା ନିବାସୀ ପୂଜା ଉତ୍ସବ ପାଇଁ ଆଶାବାଦୀ।
ଉପ ପ୍ରେସ୍ ସଚିବ କହିଛନ୍ତି ,ସବୁ ଆଇନ ପ୍ରବର୍ତ୍ତନ ଏଜେନ୍ସିଙ୍କୁ ସୁନିଶ୍ଚିତ କରିଛନ୍ତି କି, ପୂଜାରେ କୌଣସି ଦୁର୍ଘଟଣା ଯେମିତି ନହେଉ। ସେ କହିଛନ୍ତି କି, ସେନା ପ୍ରମୁଖଙ୍କ ସହ ସମନ୍ୱୟ ଦେଖା ଯାଉଛି, ଯାହା ପୂର୍ବରୁ ସବୁ ସ୍ତର ଯେମିତି କି, ଥାନା ଓ ଆଞ୍ଚଳକି ସ୍ତରରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବାର୍ତ୍ତା ଦେଉଛନ୍ତି। ଅନ୍ୟପଟେ ଜଣେ ସ୍ଥାନୀୟ ନିବାସୀ କହିଛନ୍ତି, ଆମର ଆଶା କି, ସରକାର ଆଇନ ପ୍ରବର୍ତ୍ତନ ଏଜେଣ୍ଟ ଓ ସବୁ ରାଜନୀତିକ ଦଳ ମଧ୍ୟ ପୂଜାରେ ଭଲେଣ୍ଟିୟର ଭାବେ କାମ କରିବା ପାଇଁ ଆସୁଛନ୍ତି।
ଦୁର୍ଗା ପୂଜା ବେଳେ ଯେମିତି କୌଣସି ଅଘଟଣ ନଘଟୁ ,ଏଥିପାଇଁ ବାଂଲାଦେଶର ସରକାର କଣ୍ଟ୍ରୋଲ ରୁମ୍ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ଦୁର୍ଗା ପୂଜାର ସୁରକ୍ଷା ସୁନିଶ୍ଚିତ କରାଯିବ।