ନୂଆଦିଲ୍ଲୀ: ବାଂଲାଦେଶରେ ଗତ ବର୍ଷ ଠାରୁ ଆରମ୍ଭ ହୋଇଥିବା ବିଦ୍ରୋହ ପର ଠାରୁ, ୟୁନୁସ ସରକାର ଉଗ୍ରବାଦୀଙ୍କ ସହାୟତାରେ ଭାରତ ବିରୋଧୀ ଭାବନାକୁ ସକ୍ରିୟ କରିବାରେ ଲାଗିଛନ୍ତି। ଏହି କାରଣରୁ, ଗତ କିଛି ମାସଧରି ପାକିସ୍ତାନର ସମର୍ଥନରେ, ସେ ଭାରତର ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକ ବିରୁଦ୍ଧରେ ହିଂସାକୁ ଉସୁକାଇ ଆସୁଛନ୍ତି। ତୁର୍କୀ ମଧ୍ୟ ଏହାର ଫାଇଦା ଉଠାଇବାକୁ ଚାହୁଁଛି, ଏବଂ ଏହି କାରଣରୁ ରେସେପ୍ ତାୟିପ୍ ଏର୍ଡୋଗାନ୍ ଏବେ ଭାରତର ପଡ଼ୋଶୀ ଇସଲାମିକ୍ ଦେଶ ଗୁଡ଼ିକ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ କାମ କରୁଛନ୍ତି।

ଆଟାକ୍ ହେଲିକପ୍ଟର ଏବଂ UAV ଡ୍ରୋନ୍ କିଣିବା ପାଇଁ ଆଲୋଚନା ଚାଲିଛି…

ବାଂଲାଦେଶ ତୁର୍କୀ ଠାରୁ ଆଟାକ ହେଲିକପ୍ଟର ଏବଂ UAV ଡ୍ରୋନ୍ କିଣିବାକୁ କଥାବାର୍ତା ଜାରି ରଖିଛି । ଯାହା ଦୁଇ ଦେଶ ମଧ୍ୟରେ ଏକ ଗଭୀର ପ୍ରତିରକ୍ଷା ସହଭାଗୀତାକୁ ସଙ୍କେତ ଦେଉଛି। ବାଂଲାଦେଶ ବାୟୁସେନା (BAF) ତୁର୍କୀ ଠାରୁ ୮ଟି T129 ATAK ହେଲିକପ୍ଟର କ୍ରୟ କରିବା ପାଇଁ ପ୍ରୟାସକୁ ତୀବ୍ର କରିଛି । କାହିଁକି, ନା ବାଂଲାଦେଶ ବାୟୁସେନା ମୁଖ୍ୟ ମାର୍ଶାଲ୍ ହାସନ୍ ମହମୁଦ ଖାନ ବୁଧବାର ତୁର୍କୀଏ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ (TAI) ର ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ କରିଛନ୍ତି।

ପ୍ରତିରକ୍ଷା ଚୁକ୍ତି ସମ୍ପର୍କରେ ବିଭିନ୍ନ ସ୍ତରରେ ବୈଠକ…

ନର୍ଥଇଷ୍ଟ ଆଇର ରିପୋର୍ଟ ଅନୁସାରେ, TAIର ଏକ ବଡ଼ ପ୍ରତିନିଧିମଣ୍ଡଳ ଜାନୁଆରୀ ୧୩ ତାରିଖରେ ଢାକାରେ ପହଞ୍ଚିଥିଲା ​​ଏବଂ ସେବେ ଠାରୁ କ୍ରୟ ପ୍ରକ୍ରିୟାରେ ଜଡିତ ବାଂଲାଦେଶ ଅଧିକାରୀଙ୍କ ସହ ଆଲୋଚନା କରୁଛି। ଏହି ପ୍ରତିନିଧି ମଣ୍ଡଳରେ ANKA UAV ଏବଂ ATAK ପ୍ରକଳ୍ପ ସହିତ ଜଡିତ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ। ପ୍ରତିରକ୍ଷା ଚୁକ୍ତି ବିଷୟରେ ବିଭିନ୍ନ ସ୍ତରରେ ଅନେକ ବୈଠକରେ ଆଲୋଚନା ହୋଇଥିଲା। ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ ବାଂଲାଦେଶ ଏବେ ହେଲିକପ୍ଟର ସହିତ ଏହାର ଅସ୍ତ୍ରାଗାରରେ ଦୀର୍ଘ ଦୂରଗାମୀ UAV ଯୋଡ଼ିବା ବିଷୟରେ ବିଚାର କରୁଛି।