ବାଂଲାଦେଶରେ ହିନ୍ଦୁ ନାରୀଙ୍କୁ ଗଣଦୁଷ୍କର୍ମ...

ପ୍ରତିଦିନ ହିନ୍ଦୁଙ୍କୁ କରାଯାଉଛି ଟାର୍ଗେଟ...

ବିଧବା ମହିଳାଙ୍କୁ ଘର ମାଲିକର ଅସଦାଚରଣ...

ନୂଆଦିଲ୍ଲୀ: ବାଂଲାଦେଶରେ ବେଳକୁ ବେଳ ବଢୁଛି ହିଂସା। ହିନ୍ଦୁ ମାନଙ୍କ ଉପରେ ହେଉଥିବା ବର୍ବରତା ଘଟଣା ପ୍ରତିଦିନ ଭୟଙ୍କର ହେବାରେ ଲାଗିଛି। ଜଣକ ପରେ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଉଛି । କେବଳ ପୁରୁଷ ନୁହେଁ ...ଜଣେ ମହିଳାଙ୍କ ଉପରେ ହୋଇଥିବା ବର୍ବରତାର ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର ଝିନୈଦାହ ଜିଲ୍ଲାର କାଳିଗଞ୍ଜ ଅଞ୍ଚଳରେ ଜଣେ ୪୦ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ଦୁଇଜଣ ପୁରୁଷ ଗଣବଳାତ୍କାର କରିଛନ୍ତି, ଆଉ ଏହା ପରେ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ। ପୀଡିତା ମହିଳା ଜଣେ ବିଧବା ବୋଲି ଜଣାପଡିଛି। ସେ ବାଂଲାଦେଶର ଝିନୈଦାହ ଜିଲ୍ଲାରେ ତାଙ୍କ ପିଲାଙ୍କ ସହିତ ରୁହନ୍ତି।

ଘର ମାଲିକ କରିଛି ବଳାତ୍କାର...

ସୂଚନା ମୁତାବକ ପିଡିତା କାଲିଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଅଢ଼େଇ ବର୍ଷ ପୂର୍ବେ ନଦୀପାରାରେ ଯେଉଁ ବ୍ୟକ୍ତିଙ୍କ ଠାରୁ ସେ ୩ ଡେସିମିଲ ଜମି ଏବଂ ଏକ ଦୁଇ ମହଲା ଘର ୨୦ ଲକ୍ଷ ଟଙ୍କାରେ କିଣିଥିଲେ, ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ମିଶି ତାଙ୍କୁ ବଳାତ୍କାର କରିଛି ।

ଘଟଣାରେ ପୋଲିସ କ’ଣ କହିଛି ?

ପୋଲିସ ଅଭିଯୋଗ ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ବିଧବା ମହିଳାଙ୍କ ଗାଁର ଦୁଇଜଣ ସମ୍ପର୍କୀୟ ଆସିଥିଲେ, ଶାହିନ(ଘର ମାଲିକ) ଏବଂ ତାଙ୍କ ସହଯୋଗୀ ହସନ ଜୋରଜବରଦସ୍ତ ଘରେ ପ୍ରବେଶ କରି ତାଙ୍କୁ ବଳାତ୍କାର କରିଥିଲେ। ଅଭିଯୁକ୍ତ ପୀଡିତାଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ। ମହିଳା ଟଙ୍କା ଦେବାକୁ ମନା କରିବାରୁ, ଅଭିଯୁକ୍ତ ତାଙ୍କ ସମ୍ପର୍କୀୟ ମାନଙ୍କୁ ଆକ୍ରମଣ କରି ଘଉଡ଼ାଇ ଦେଇଥିଲେ।

ଭିଡିଓ କରି ଭାଇରାଲ କରାଯାଇଛି ଘଟଣା...

ତେବେ ମହିଳା ଜଣକ ଚିତ୍କାର କରିବାରୁ, ଅଭିଯୁକ୍ତ ତାଙ୍କୁ ଗଛରେ ବାନ୍ଧି ତାଙ୍କ କେଶ କାଟି ଦେଇଥିଲେ। ସେମାନେ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରି ଭାଇରାଲ କରିଥିଲେ। ମହିଳାଙ୍କୁ ମଧ୍ୟ ମାଡ଼ ମାରିଥିଲେ, ଯାହା ଫଳରେ ସେ ଅଚେତ ହୋଇଯାଇଥିଲେ, ଯାହା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ଜଣାପଡିଥିଲା ଯେ ତାଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ମହିଳା ଜଣକ କାଳିଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ।

ଏହା ସହ ପଢନ୍ତୁ : ଆସୁଛି ବିଜୟଙ୍କ ଶେଷ ଫିଲ୍ମ, ରାଜନୀତି ପାଇଁ ଅଭିନୟ ଛାଡିଛନ୍ତି ‘ବକ୍ସ ଅଫିସ କିଙ୍ଗ୍’ ବିଜୟ...