ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀ ତସ୍କର ନିହତ; ମୁକାବିଲାରେ ଜଣେ ସେନା ଜବାନ ଆହତ

Published By : Bijay Swain | July 2, 2025 11:31 PM

କୃଷ୍ଣନଗର: ପଶ୍ଚିମବଙ୍ଗର ନଦୀୟା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମା ନିକଟ ହାଲଦରପାରା ସୀମା ଚୌକି ନିକଟରେ ବୁଧବାର ଏକ ମୁକାବିଲାରେ ଜଣେ ବାଂଲାଦେଶୀ ତସ୍କର ନିହତ ହୋଇଥିବା ବେଳେ ଜଣେ ବିଏସଏଫ (ସୀମା ସୁରକ୍ଷା ବାହିନୀ) ଜବାନ ଆହତ ହୋଇଛନ୍ତି। ଏହି ଘଟଣା ୩୨ତମ ବାଟାଲିଅନ ଅଧୀନରେ ଘଟିଥିବା ନେଇ ବିଏସଏଫ ଅଧିକାରୀମାନେ ସୂଚନା ଦେଇଛନ୍ତି।

ବିଏସଏଫ ଦେଇଥିବା ସୂଚନା ଅନୁଯାୟୀ, ହାଲଦରପାରା ନିକଟରେ ଥିବା ସୀମା ଚୌକି ନିକଟରେ ସୁନା ତସ୍କରୀ ରୋକିବା ପାଇଁ ଏକ ଅତର୍କିତ ଅପରେସନ କରାଯାଇଥିଲା। ମଧ୍ୟାହ୍ନ ସମୟ ପ୍ରାୟ ୧୨ଟା ୧୦ ସମୟରେ ଚାରିରୁ ପଞ୍ଚଜଣ ଅସ୍ତ୍ରଧାରୀ ବାଂଲାଦେଶୀ ତସ୍କର ନଦୀ ପାର କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରୁଥିବା ଦେଖାଯାଇଥିଲା। ବିଏସଏଫ ଜବାନମାନେ ସେମାନଙ୍କୁ ମୌଖିକ ଭାବେ ଚେତାବନୀ ଦେଇଥିଲେ। କିନ୍ତୁ ତସ୍କରମାନେ ଏହାକୁ ଅଣଦେଖା କରି ଆଗକୁ ବଢ଼ିଥିଲେ ଏବଂ ଜଣେ ଜବାନଙ୍କୁ ଘେରି ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ।

ଆତ୍ମରକ୍ଷା ପାଇଁ ବିଏସଏଫ ଜବାନମାନେ ପ୍ରଥମେ ପମ୍ପ ଆକ୍ସନ ଗନ (ପିଏଜି) ବ୍ୟବହାର କରି ଆକାଶ ଆଡ଼କୁ ଗୁଳି ଚଳାଇଥିଲେ। କିନ୍ତୁ ତସ୍କରମାନେ ଆକ୍ରମଣ ଜାରି ରଖିଥିଲେ। ଏହି ସମୟରେ ଜଣେ ଜଓ୍ୱାନଙ୍କୁ ରକ୍ଷା କରିବା ପାଇଁ ଅନ୍ୟ ଜଣେ ଜବାନ ତାଙ୍କର ଇନସାସ ରାଇଫଲରୁ ଗୁଳି ଚଳାଇଥିଲେ। ଯାହା ଜଣେ ତସ୍କରଙ୍କ ତଳିପେଟରେ ବାଜିଥିଲା। ଆହତ ତସ୍କର ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଏବଂ ଅନ୍ୟ ତସ୍କରମାନେ ବାଂଲାଦେଶ ଆଡ଼କୁ ପଳାଇଥିଲେ।

ଆହତ ତସ୍କରଙ୍କୁ କୃଷ୍ଣଗଞ୍ଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ବିଏସଏଫ ଜବାନଙ୍କୁ ମଧ୍ୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଏକ କଟର ଏବଂ ଚାରି ତୀକ୍ଷ୍ଣ ଅସ୍ତ୍ର ଉଦ୍ଧାର କରାଯାଇଛି। ଯାହା କୃଷ୍ଣଗଞ୍ଜ ପୁଲିସକୁ ହସ୍ତାନ୍ତର କରାଯାଇଛି।

ବିଏସଏଫ ଏକ ବିବୃତିରେ କହିଛି ଯେ ତସ୍କରମାନଙ୍କ ଆକ୍ରମଣ ସତ୍ତ୍ୱେ ଜବାନମାନେ ଅତ୍ୟନ୍ତ ସଂଯମ ଦେଖାଇଥିଲେ ଏବଂ କେବଳ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିଲେ। ଏହି ଘଟଣା ଭାରତ-ବାଂଲାଦେଶ ସୀମାରେ ତସ୍କରୀ ଏବଂ ସୀମା ସୁରକ୍ଷା ସମ୍ବନ୍ଧୀୟ ଚ୍ୟାଲେଞ୍ଜକୁ ପୁଣି ଥରେ ସାମ୍ନାରେ ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.