PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଗୋଟିଏ ବର୍ଷରେ ଏତେ ବଢିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟାଙ୍କ ବାଲାନ୍ସ: ଦାନ କରିଦେଇଛନ୍ତି ନିଜ ନାଁ’ରେ ଥିବା ଜମି, ପାଖରେ ଅଛି ମାତ୍ର ୪ଟି ସୁନା ମୁଦି

ନୂଆଦିଲ୍ଲୀ ୦୯/ ୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତି ପରିମାଣ ବଢିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପିଏମ୍‌ଙ୍କ ବ୍ୟାଙ୍କ ବାଲାନ୍ସ ପରିମାଣରେ ବୃଦ୍ଧି ଘଟିଛି । ବର୍ଷକରେ ମୋଦିଙ୍କର ସମ୍ପତ୍ତି ବଢିଛି ପ୍ରାୟ ୨୬ ଲକ୍ଷ ଟଙ୍କା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ପିଏମ୍‌ ମୋଦିଙ୍କ ନିକଟରେ ମୋଟ ୨.୨୩ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥିମଧ୍ୟରୁ ଅଧିକାଂଶ ବ୍ୟାଙ୍କରେ ଜମା ରହିଛି ।

ଏହା ବ୍ୟତିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କୌଣସି ଅଚଳ ସମ୍ପତ୍ତି ନାହିଁ । କାରଣ ପୂର୍ବରୁ ଗାନ୍ଧିନଗରରେ ତାଙ୍କ ନାଁ ରେ ଥିବା ଏକ ଜମିକୁ ସେ ଦାନ କରିଦେଇଛନ୍ତି । ପିଏମଓ ପକ୍ଷରୁ ଓ୍ବେବସାଇଟ୍‌ରେ ଦିଆଯାଇଥିବା ତାଜା ସୂଚନା ଅନୁସାରେ, ମ୍ୟୁଚୁଆଲ୍‌ ଫଣ୍ଡରେ ମୋଦିଙ୍କର କୌଣସି ଜମା ରାଶି ନାହିଁ । ନିଜ ପାଖରେ ୪ଟି ସୁନା ମୁଦି ରହିଛି । ଯାହାର ମୂଲ୍ୟ ୧.୭୩ ଲକ୍ଷ ଟଙ୍କା । ଏହା ବ୍ୟତିତ ଚଳ ସମ୍ପତ୍ତି ମୂଲ୍ୟ ଗୋଟିଏ ବର୍ଷରେ ୨୬.୧୩ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । କିନ୍ତୁ ମୋଦିଙ୍କ ନାଁ ରେ କିଛି ଅଚଳ ସମ୍ପତ୍ତି ନାହିଁ । ଯାହାକି ୨୦୨୧ ମାର୍ଚ୍ଚରେ ୧.୧୦ କୋଟି ଥିଲା ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଦିଙ୍କ ନିକଟରେ ମୋଟ ୨ କୋଟି ୨୩ ଲକ୍ଷ ୮୨ହଜାର ୫୦୪ ଟଙ୍କାର ସମ୍ପତ୍ତି ରହିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦି ଗୋଟିଏ ଜମି କିଣିଥିଲେ । ଯାହାକୁ କି ସେ ଦାନ କରିଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ମୋଦିଙ୍କ ନିକଟରେ ନଗଦ ୩୫,୨୫୦ ଟଙ୍କା ରହିଛି । ସେହିଭଳି ପୋଷ୍ଟ ଅଫିସରେ ୯ଲକ୍ଷ ୫ହଜାର ୧୦୫ଟଙ୍କା ସେଭିଂ ଆକାରରେ ରହିଛି । ତା ଛଡା ପିଏମ୍‌ଙ୍କ ନାଁ ରେ ୧ଲକ୍ଷ ୮୯ହଜାର ୩୦୫ ଟଙ୍କାର ଏକ ଜୀବନ ବୀମା ପଲିସି ରହିଛି ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ଅନ୍ୟମାନେ ମଧ୍ୟ ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ୨୦୨୨ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟରେ ମୋଟ ୨.୫୪ କୋଟି ଟଙ୍କାର ଚଳ ସମ୍ପତ୍ତି ଏବଂ ୨.୯୭ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି । ସେହିଭଳି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସମସ୍ତ ୨୯ ଜର ସଦସ୍ୟ ଯେପରିକି ଧର୍ମେନ୍ଦ୍ର ପ୍ରଧାନ, ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ, ଆର.କେ ସିଂହ, ହରଦୀପ ସିଂ ପୁରୀ, ପୁରୁଷୋତ୍ତମ ରୁପାଲା, ଜି ରେଡ୍ଡୀ, ମୁକ୍ତାର ଅବ୍ବାସ ନଖବୀଙ୍କ ସମେତ ଅନେକ ମନ୍ତ୍ରୀ ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି ।