ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ବାପା-ପୁଅ, କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର

ବାଂଶପାଳ, ୦୧/୦୭ : ଗଛରେ ଝୁଲି ପଡିଲେ ବାପା ପୁଅ। ଘର ପାଖ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ବାଂଶପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବେକରେ ଗାମୁଛା ଲଗାଇ ଉଭୟ ବାପା ଓ ପୁଅ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ବାଂଶପାଳ ରଜାବନ୍ଧ ମୁଣ୍ଡା ସାହିର ଶୁକ୍ରା ମୁଣ୍ଡା ଓ ପୁଅ ଶଙ୍କର ମୁଣ୍ଡା । ଘଟଣାସ୍ଥଳରେ ନୟାକୋଟ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଉଭୟ ବାପା ଓ ପୁଅ କାହିଁକି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଜଣାପଡ଼ିନାହିଁ।