PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଜୁନ୍‌ ୮ରୁ ବାର୍‌ କାଉନ୍‌ସିଲ୍‌ ଭୋଟ୍‌ ଗଣତି, ୨୫ ସଦସ୍ୟ ପଦ ଲାଗି ହୋଇଥିଲା ମତଦାନ

କଟକ,୨୩/୦୫: ରାଜ୍ୟ ଆଇନଜୀବୀ ପରିଷଦ ବା ରାଜ୍ୟ ବାର୍‌ କାଉନସିଲ୍‌ର ୨୫ଟି ସଦସ୍ୟ ପଦ ଲାଗି ଗତ ଏପ୍ରିଲ ୧୫ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟ୍‌ ଗଣତି ଆସନ୍ତା ଜୁନ୍‌ ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ବିଧାନସଭାର ଗଣତି ବିଶେଷଜ୍ଞମାନେ ଏହି ପ୍ରକ୍ରିୟାରେ ଭାଗ ନେବେ । ଏହି ଭୋଟ୍‌ ଗଣତି କାର୍ଯ୍ୟକ୍ରମରେ ସଚିବାଳୟର ଆଶିଷ ରଞ୍ଜନ ଖୁଣ୍ଟିଆ (ଡେସ୍କ ଅଫିସର), ବିଭୁତି ଭୂଷଣ ପଟ୍ଟନାୟକ(ଡେସ୍କ ଅଫିସର), ବାଲାଜୀ ପଣ୍ଡା (ସେକ୍ସନ୍‌ ଅଫିସର), ସୁଶୀଲ କୁମାର ପଟ୍ଟନାୟକ(ସହକାରୀ ସେକ୍ସନ୍‌ ଅଫିସର) ଏବଂ ପ୍ରଦ୍ୟୁମ୍ନ କିଶୋର ସାହୁ(ସହକାରୀ ସେକ୍ସନ୍‌ ଅଫିସର) ସାମିଲ୍‌ ହେବେ ।

ଶେଷଥର ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ୨୦୧୩ ମସିହା ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ବର୍ଷ ପାଇଁ ଏହି ନିର୍ବାଚିତ କମିଟି କାର୍ଯ୍ୟ କରିଥାଏ । ଏହି କମିଟିର କାର୍ଯ୍ୟକାଳ ଶେଷ ହେବାପରେ କରୋନା ଆଳରେ ବାରମ୍ବାର ନିର୍ବାଚନ ଘୁଞ୍ଚି ଚାଲିଥିଲା । ଶେଷରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ପରେ ନିର୍ବାଚନ ପାଇଁ ବାଟ ଫିଟିଥିଲା । ସମଗ୍ର ରାଜ୍ୟରେ ଗୋଟେ ସମୟରେ ନିର୍ବାଚନ ହୋଇଥିଲାବେଳେ କିନ୍ତୁ ସମ୍ବଲପୁରରେ କଫ୍ୟୁ ଲାଗୁ ପାଇଁ ଏହି ନିର୍ବାଚନ ହୋଇପାରିନଥିଲା । ସମ୍ବଲପୁରରେ ନିର୍ବାଚନ ଶେଷ ପରେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଭୋଟ୍‌ ଗଣତି ପାଇଁ ରାଜ୍ୟ ବିଧାନସଭାକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକ୍ରମେ ରାଜ୍ୟ ବିଧାନସଭା ପକ୍ଷରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଭୋଟ୍‌ ଗଣତି ପାଇଁ ଚିଠି କରାଯାଇଛି ।

ସମ୍ବନ୍ଧିତ ଖବର