ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାର୍‌ ଡ୍ୟାନ୍ସ ଉପରେ କଟକଣା ମାମଲା: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

Published By : Prameya | May 10, 2025 9:38 AM

କଟକ,୧୦/୦୫: ଓଡ଼ିଶା  ଅବକାରୀ (ସଂଶୋଧିତ) ଆଇନ- ୨୦୨୪ ଆଧାରରେ ଭୁବନେଶ୍ୱରର  ବିଭିନ୍ନ ଠିପିଖୋଲା ମଦ ବାର୍‌ରେ  ଝିଅଙ୍କ ନାଚିବା (ବାର୍‌ ଡ୍ୟାନ୍ସ)  ଉପରେ କଟକଣାକୁ ବିରୋଧ  କରି ରୁଜୁ ମାମଲାରେ ଶୁକ୍ରବାର  ଉଭୟ ରାଜ୍ୟ ସରକାର ଏବଂ  ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି  ଉପସ୍ଥାପନ ଶେଷ ହୋଇଛି । ପରେ  ଆବେଦନକାରୀଙ୍କ ପକ୍ଷରୁ ଲିଖିତ ଯୁକ୍ତି ଉପସ୍ଥାପନ କରାଯାଇଥିଲା ।  ରାଜ୍ୟ ସରକାର ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ମାଗିଥିଲେ ।  ହାଇକୋର୍ଟ ଆସନ୍ତା ୧୪ ତାରିଖ  ମଧ୍ୟରେ ଲିଖିତ ଯୁକ୍ତି ଉପସ୍ଥାପନ ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଏଥିସହ ହାଇକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ଭୁବନେଶ୍ୱରର ହୋଟେଲ୍‌ ଏକାମ୍ର  ଠିପି ଖୋଲା ମଦ ବାର୍‌ ଏବଂ  ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାର  ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌  ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ  ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନାଥାଉକି, ରାଜ୍ୟ ସରକାର ନିକଟରେ ରାଜ୍ୟ ଅବକାରୀ ନୀତିରେ ସଂଶୋଧନ ଆଣିଛନ୍ତି । ନୂଆ ନିୟମରେ ନାଚିବାରେ ସଂପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାକୁ ବିରୋଧ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ  ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ୍‌ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରି ଦର୍ଶାଇଥିଲେ ଯେ,  ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ଏକ  ନିଷ୍ପତ୍ତି ନେଇଛନ୍ତି । ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ  ଆଇନଜୀବୀ ଶରତ କୁମାର ଗଜେନ୍ଦ୍ର ଯୁକ୍ତିରେ ଦର୍ଶାଇଥିଲେ ଯେ, ସୁରକ୍ଷା  ଆଳରେ ସରକାର ମହିଳାଙ୍କ ସ୍ୱାଧୀନତାରେ ରୋକ୍‌ ଲଗାଇପାରିବେ ନାହିଁ । ବାର୍‌ରେ ମହିଳାଙ୍କ ଡ୍ୟାନ୍ସରେ  କଟକଣା ଲଗାଯାଇ ପାରିବନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କହିଛନ୍ତି । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ  ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.