ମୁମ୍ବାଇ, ୨୮/୦୧: ମହାରାଷ୍ଟ୍ର ବାରାମତିରେ ବଡ଼ ଧରଣ ବିମାନ ଦୁର୍ଘଟଣା । ପ୍ଲେନ୍ କ୍ରାସରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ  । ଅଜିତ୍ ପାଓ୍ବାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏକ ଜନସଭା ପାଇଁ ମୁମ୍ବାଇରୁ ବାରାମତୀ ଯାଉଥିଲେ ଅଜିତ୍ ପାଓ୍ବାର । ଆଜି ସକାଳ ୮ଟା ୪୫ ମିନିଟ୍‌ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାରାମତୀରେ ତାଙ୍କ ବିମାନ ଅବତରଣ ବେଳେ ଭୟଙ୍କର ଭାବେ ଜଳିଯାଇଥିଲା । ଗୁରୁତର ଅବସ୍ଥାରେ ଅଜିତ୍‌ଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ  । ସେଠାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ଏହି ଛାତିଥରା ବିମାନ ଦୁର୍ଘଟଣାରେ ଅଜିତ୍ ପାଓ୍ବାରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପିଏସ୍‌ଓ, ଜଣେ ଆଟେଣ୍ଡାଣ୍ଟ ଓ ୨ କ୍ରିଉ ମେମ୍ବର ରହିଛନ୍ତି ।

​​​​​​​ଖବର ଅପଡେଟ୍ ଜାରି...