ନୂଆଦିଲ୍ଲୀ,୨୮।୯: ୟୁପିର ବରେଲିରେ ଶୁକ୍ରବାର ନମାଜ ପରେ ହିଂସାକାଣ୍ଡ ଘଟିଥିଲା। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୪୯ ଜଣଙ୍କୁ ଗିରଫ କରିନେଇଛି। ଗତକାଲି ଅର୍ଥାତ ଶନିବାର ଏହି ମାମଲାର ମାଷ୍ଟର ମାଇଣ୍ଡ ତୌକିର ରଜା ସହିତ ୮ ଜଣଙ୍କୁ ଗିରଫ କରିନେଇଛି। ଏହାପରେ ରାତିସାରା ଚଢାଉ ବେଳେ ପୋଲିସ ଆହୁରି ୪୧ ଜଣଙ୍କୁ  ଗିରଫ କରିଛି। ଏଭଳି ଭାବରେ ଏପର୍ଯ୍ୟନ୍ତ ମୋଟ ୪୯ ଜଣଙ୍କୁ ଗିରଫ କରାଯାଇ ସାରିଛି। ଏହାଛଡା ଅନ୍ୟ ୯ ଜଣଙ୍କୁ ପଚରା ଉଚରା ପାଇଁ କଷ୍ଟଡିରେ ନିଆଯାଇଛି। 

ଅଧିକାରୀଙ୍କ କହିବା ଅନୁସାରେ,୧୮୦ ଜଣଙ୍କ ବିରୋଧରେ ଦଙ୍ଗା ଓ ଅନ୍ୟ ଅଭିଯୋଗରେ ୧୦ଟି ଏଫ୍‌ଆଇଆର ରୁଜୁ କରାଯାଇଥିଲା।  ଅଭିଯୁକ୍ତଙ୍କ ଭିତରେ ଇତେହାଦ-ଇ-ମିଲ୍ଲତ କାଉନସିଲର ମୁଖ୍ୟ ରଜା ଖାନ୍ ମଧ୍ୟ ରହିଛନ୍ତି। ଯାହାଙ୍କ ଉପରେ କଥିତ ଭାବରେ ବିରୋଧ ପ୍ରଦର୍ଶନର ଆହ୍ବାନ କରିବାର ଅଭିଯୋଗ ରହିଛି। ଏହାଛଡା ୨୫୦୦ ଅଜଣା ଲୋକଙ୍କ ବିରୋଧରେ ଅଭିଯୋଗ ରହିଛି। 

BARELI​​​​​​​

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ହିଂସାକାଣ୍ଡକୁ କଡା ନିନ୍ଦା କରିବା ସହ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯିଏକି ଧର୍ମ ନାଁରେ ହଙ୍ଗାମା କରିବ ଓ ପର୍ବକୁ ପ୍ରଭାବିତ କରିବ, ତାକୁ ଛଡା ଯିବନି। ସେଭଳି ମାଜିଷ୍ଟ୍ରେଟ୍ ଅବିନାମ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବରେଲି ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ମୌଲାନା ତୌକିର ରଜା ଓ ୭ ଅନ୍ୟ ଅପରାଧିଙ୍କୁ ଗିରଫ କରି କୋର୍ଟରେ ହାଜର କରିଯାଇଥିଲା। କୋର୍ଟ ୧୪ ଦିନିଆ ରିମାଣ୍ଡରେ ରଜାକୁ ଜେଲ୍ ପଠାଇଛନ୍ତି। ପେଲିସ କହିଛି ଅନ୍ୟ ୭ ଅଭିଯୁକ୍ତ ହେଲେ ସରଫରଜ, ମନିଫୁଦ୍ଦିନ, ଅଜୀମ ଅହମ୍ମଦ, ମହମ୍ମଦ ଶରିଫ୍, ମହମ୍ମଦ ଆମିର, ରେହାନ ଓ ମହମ୍ମଦ ସରଫାରାଜ।