ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଅଭିମାନରୁ ବିଦ୍ୟାରାଣ ଯାଏ ଉଜ୍ଜ୍ୱଳ ଉତ୍ତମ ଥିଲେ ସର୍ବୋତ୍ତମ, ସିନେମା କରିବାକୁ କେବେ ଭାବି ନଥିଲେ ବାରିପଦାର ବାବୁସାହେବ୍‌

Published By : Prameya | February 28, 2025 11:14 AM

ଭୁବନେଶ୍ୱର ୨୮/୦୨: ଧଳା ପ୍ୟାଣ୍ଟକୁ ଫୁଲ ହାତ ସ୍ୱେଟର । ଆଖିରେ ରଙ୍ଗୀନ ଚଷମା । ଯେବେ ସେ ଅଣ୍ଟା ଭାଙ୍ଗି ନାଚୁଥିଲେ, ଝୁମୁଥିଲା ସାରା ଓଡ଼ିଶା । ରଜନୀଗନ୍ଧାର ଧୂନ୍‌ରୁ ନେଇ ଏଇ ଯେ ବନଲତା ପାହାଡ଼ ଯାଏଁ ସିନେପ୍ରେମୀଙ୍କୁ କିମିଆ କରିଥିଲେ ଉତ୍ତମ । ରୂପେଲି ପରଦାରେ ଉତ୍ତମ ଆସିଲେ, ଭରି ଯାଉଥିଲା ପ୍ରେମ ରସ । ଯୁବପିଢ଼ିଙ୍କ ହୃଦୟରେ ସେ ଥିଲେ ପ୍ରଥମ ରୋମାନ୍ସ କିଙ୍ଗ୍‌ । ତାଙ୍କ ଡାଇଲଗରେ ବର୍ଷୁଥିଲା ତାଳି । ତାଙ୍କ ଫାଇଟ୍‌ରେ ଉଡ଼ୁଥିଲା ଧୂଳି । କେବେ ସେ ସାଲବେଗ ହୋଇ କନ୍ଦାଇଥିଲେ, ପୁଣି କେବେ ଦଣ୍ଡାବାଳୁଙ୍ଗା ସାଜି ହସାଇ ଥିଲେ । ଦାଦାଗିରି ଦେଖାଇ ମୂଲକ ମାଗିଥିଲେ । ଅଭିମାନରୁ ବିଦ୍ୟାରାଣ ଯାଏ ଉଜ୍ଜ୍ୱଳ ଉତ୍ତମ ଥିଲେ ସର୍ବୋତ୍ତମ । ବିଦାୟ ମହାନାୟକ ।

ବାରିପଦାରେ ବାବୁସାହେବ୍‌ ଭାବରେ ପରିଚିତ ଉତ୍ତମ ମହାନ୍ତିଙ୍କ ପିଲାଦିନ ଭଲରେ କଟିଥିଲା । ସବୁରେ ସାଧନା ଓ ଅଧ୍ୟବସାୟ ତାଙ୍କର ଆଗ ଥିଲା । ସେ ଯେମିତି ଖେଳୁଥିଲେ, ସେମିତି ପଢ଼ୁଥିଲେ । ସେତେବେଳେ ସିନେମାରେ ପଶିବାର ସୂଚନା ହିଁ ନଥିଲା । ଏମ୍‌କେସି ହାଇସ୍କୁଲ୍‌ରେ ୧୦ମ ପାସ୍‌ ପରେ ବିଜ୍ଞାନ ଛାତ୍ର ଭାବରେ ବାରିପଦା ଏମ୍‌ପିସି କଲେଜ ଯାଇଥିଲେ । କଲେଜରେ ଗୀତ ଗାଇବା, ଅଭିନୟ କରିବା ପ୍ରତି ଦୁର୍ବଳତା ଥିଲା । ଏହା ସହ କଲେଜରେ ବ୍ୟାଡ୍‌ମିଣ୍ଟନ୍‌ ଓ ଟେବୁଲ୍‌ ଟେନିସ୍‌ ଖେଳୁଥିଲେ । କମର୍ସରେ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଚାଲି ଯାଇଥିଲେ । ତାଙ୍କର ବଡ଼ ଭାଇ ଅରୁଣ କୁମାର ମହାନ୍ତି ସେତେବେଳେ କୋଲକାତାରେ ରହୁଥିଲେ । ସେହି କାରଣରୁ ସେ ଆସି ତାଙ୍କ ବଡ଼ ଭାଇଙ୍କ ପାଖରେ ରହିଥିଲେ । ସିନେମାରେ କ୍ୟାରିୟର୍‌ କରିବେ ବୋଲି କେବେ ବି ଭାବି ନଥିଲେ । ଏମିତି କି ସିନେମାକୁ ନେଇ ତାଙ୍କ ଜୀବନରେ କିଛି ଯୋଜନା ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ହେଲେ ଓଡ଼ିଆ ଚଳଚ୍ଚିତ୍ରର ସୁପର ହିରୋ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.