ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

୮୮ ବର୍ଷ ବୟସରେ ବଙ୍ଗାଳି ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀଙ୍କ ପରଲୋକ, ୧୦୦ ରୁ ଅଧିକ ଫିଲ୍ମରେ କରିଥିଲେ କାମ

Published By : Anindita Ratha | August 13, 2025 11:43 AM

ନୂଆଦିଲ୍ଲୀ,୧୩/୦୮:  ବରିଷ୍ଠ ବଙ୍ଗାଳି ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀଙ୍କ ପରଲୋକ। ଗତକାଲି ରାତିରେ ତାଙ୍କ ନିଜସ୍ୱ ବାସଭବନରେ ସେ, ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ବାସନ୍ତୀ ଚାଟାର୍ଜୀଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଏହି ବରିଷ୍ଠ ଅଭିନେତ୍ରୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଗତ କିଛି ମାସ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ଗତ ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । 

ବାସନ୍ତୀ ଚାଟାର୍ଜୀ ତାଙ୍କର ଦକ୍ଷ ଅଭିନୟ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ। ସେ ତାଙ୍କ କାମ ଦ୍ୱାରା ବୟସ୍କଙ୍କଠାରୁ ଆରମ୍ଭ କରି ଯୁବ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜର ପ୍ରଶଂସକ କରିଥିଲେ। ତାଙ୍କର ଚଳଚ୍ଚିତ୍ର ଜଗତରେ ୫ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର୍ ଥିଲା। ୫୦ ବର୍ଷରୁ ଅଧିକ ସମୟ ଧରି ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଦକ୍ଷତା ଦେଖାଇଥିଲେ। ଏହି ବରିଷ୍ଠ ଅଭିନେତ୍ରୀ 'ଥାଗିନି', 'ମଞ୍ଜରୀ ଅପେରା' ଏବଂ 'ଆଲୋ' ଭଳି ଉତ୍କୃଷ୍ଟ ଚଳଚ୍ଚିତ୍ରରେ କାମ କରିଛନ୍ତି। ତେବେ ବାସନ୍ତୀ ଚାଟାର୍ଜୀ କେବଳ ବଡ଼ ପରଦାରେ ନୁହେଁ ବରଂ ଛୋଟ ପରଦାରେ ମଧ୍ୟ କାମ କରି ହଜାର ହଜାର ପ୍ରଶଂସକଙ୍କ ମନ ଜିଣିଛନ୍ତି।  ସେ ଟିଭି ଧାରାବାହିକରେ ମଧ୍ୟ ନିଜର ଛାପ ଛାଡିଛନ୍ତି। 'ଭୂତୁ', 'ବୋରନ୍', 'ଦୁର୍ଗା ଦୁର୍ଗେଶ୍ୱରୀ' ଭଳି ଟିଭି ଶୋ'ରେ ତାଙ୍କ କାମ ପାଇଁ ସେ ବହୁତ ପ୍ରଶଂସା ପାଇଛନ୍ତି।

ବାସନ୍ତୀ ଚାଟାର୍ଜୀଙ୍କ ଶେଷ ଟିଭି ଶୋ’ ଥିଲା ‘ଗୀତା ଏଲଏଲବି’। କୁହାଯାଏ ଯେ ଏହି ଶୋ’ର ସୁଟିଂ ସମୟରେ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା।  ବାସନ୍ତୀ ଚାଟାର୍ଜୀ ତାଙ୍କ ଅଭିନୟ ଜୀବନ ଥିଏଟରରୁ ଆରମ୍ଭ କରିଥିଲେ। ଚଳଚ୍ଚିତ୍ରରେ ଆସିବା ପୂର୍ବରୁ ସେ ଷ୍ଟେଜ ଶୋ’ରେ ଅଭିନୟ କରୁଥିଲେ, ଯେଉଁଠାରେ ସେ ବିଶେଷ ସ୍ୱୀକୃତି ପାଇଥିଲେ। ତାଙ୍କ କଥା କହିବାର ଶୈଳୀ ଏବଂ ଆଖିର ଭାଷା ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ସମୟ ବିତିବା ସହିତ, ଏହି ପ୍ରବୀଣ ଅଭିନେତ୍ରୀ ଜଣେ ଅଭିଜ୍ଞ କଳାକାର ହୋଇଥିଲେ। ତେବେ ଅଭିନେତ୍ରୀ ବାସନ୍ତୀ ଚାଟାର୍ଜୀଙ୍କ ଦେହାନ୍ତରେ ପୂରା ବଙ୍ଗାଳି ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.