ସହିଦ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଖୋର୍ଦ୍ଧା, ୨୪/୦୧ : ଆଜି ସକାଳୁ ସ୍ଥାନୀୟ ବିଜେବି ହାଇସ୍କୁଲ ଠାରେ ସ୍ୱାଧିନତା ସଂଗ୍ରାମୀ ସହିଦ୍ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ, ସ୍ଥାନୀୟ ବିଧାୟକ ଜିତୁ ମିତ୍ର, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମାଜ ସେବୀ ବିମଳ ଷଡଙ୍ଗୀ, ପୂର୍ବତନ ଏସପିଡିପି ମଜୁମଦାର, ସ୍ତମ୍ବକାର ଉମା ପ୍ରସାଦ, ସମାଜସେବୀ ରାମ ଶଙ୍କର, ସାହିତ୍ୟିକ ବିକୁଣ୍ଠ ରାଜଗୁରୁ, ଗୋପାଳ ଦାସ ପ୍ରମୁଖ ଯୋଗଦେଇ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।