ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ, ଜଳନ୍ତା ବିଡି ବା ସିଗାରେଟ୍ ଯୋଗୁଁ ଲାଗିଥିଲା ନିଆଁ

ଭୁବନେଶ୍ୱର ୮/୩: ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୪ଟି କ୍ୟାବିନ୍ ପୋଡିଯାଇଛି । କ୍ୟାବିନ୍ ପଛ ପଟ ଅଳିଆ ଗଦାରୁ ଏହି ନିଆଁ ବ୍ୟାପିଥିଲା । ତେବେ କାହାର ଅସାବଧାନତା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । କେହି ଜଣେ ଜଳନ୍ତା ବିଡି କିମ୍ବା ସିଗାରେଟ୍ ପକାଇଥିବାରୁ ଏହି ନିଆଁ ବ୍ୟାପିଥିଲା । ତେବେ ଏଥିରେ ଅଧିକ କ୍ଷୟ କ୍ଷତି ହୋଇନି ।