ମାଲକାନଗିରି/କାଲିମେଳା ୨୪/୧୨ : ଭାଲୁ ଆତଙ୍କରେ ଗ୍ରାମବାସୀ ଆତଙ୍କିତ। ସଂନ୍ଧ୍ୟା ହେଲେ ଗ୍ରାମରେ ପଡୁଛି ତାଟି କବାଟ l ଏପରି ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ କୋଇମେଟଲା, ଏମଭି୬୭, ଏମପିଭି ୬୨, ଏମପିଭି ୩୩, ମାରଣପଲ୍ଲୀ ଗ୍ରାମରେ । କିଛି ଦିନ ଧରି ଏଠାରେ ଭାଲୁ ଦଳ ଆତଙ୍କ ଖେଳାଇଛନ୍ତି l କାହାର କବାଟ ଭାଙ୍ଗି ଘରେ ପଶି ତେଲ ଖାଉଛି ତ, କାହା ଘରେ ପଶି ଭାତହାଣ୍ଡିରୁ ଭାତ ଖାଇଲେଣି । ମଧ୍ୟରାତ୍ରରେ ଭାଲୁମାନେ ଗ୍ରାମରେ ପଶୁଥିବା ଜଣା ଯାଇଛି l ଗତ ୩ ଦିନ ତଳେ ଏମପିଭି ୩୩ ଗ୍ରାମ, ଗତ ଦୁଇ ଦିନ ତଳେ ଏମପିଭି ୬୨, କୋଇମେଟଲା ଗ୍ରାମରେ ଆତଙ୍କ ଖେଳାଇ ଥିଲା ବେଳେ ଗତ ରାତିରେ ଏମଭି ୬୭ ଗ୍ରାମର ପୁଲିନ ରାୟ, ଦୁଲାଲ ମଣ୍ଡଳ, ନାରାୟଣ ସିଲ ଏବଂ ପ୍ରକାଶ ମହାଜନଙ୍କ ରୋଷେଇ ଘର ମଧ୍ୟରେ ପଶି ବିଭିନ୍ନ ସାମଗ୍ରୀ ନଷ୍ଟ କରିଛନ୍ତି । ଏହାକୁ ନେଇ ଗ୍ରାମରେ ଆତଙ୍କ ଖେଳି ଯାଇଛି । ଜଙ୍ଗଲ ସଫା ହେବା ଏମାନଙ୍କ ପାଇଁ ଖାଦ୍ୟ ଅଭାବରୁ ଗ୍ରାମ ମୁହାଁ ହୋଇଛନ୍ତି ଏମାନେ । ଗ୍ରାମବାସୀ ମାନେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଉ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି l ଏହାକୁ ନେଇ କାଲିମେଳା ବନ ଅଧିକାରୀ ବିଜୟ କୁମାର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଆଜି ରାତିରେ ପ୍ରତ୍ୟକ ଗ୍ରାମରେ ପାଟ୍ରୋଲିଙ୍ଗ କରାଯିବ । କେତୋଟି ଭାଲୁ ଅଛନ୍ତି ଏମାନଙ୍କୁ ଦୂରକୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯିବ।