ନୀଳଗିରି,୦୮/୧୦: ଜଙ୍ଗଲକୁ ଛତୁ ତୋଳିବାକୁ ଯିବା ହେଲା କାଳ । ଭାଲୁ ଆକ୍ରମଣରେ ମହିଳା ମୃତ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରୁ ସାମ୍ନାକୁ ଆସିଛି ଏହି ଘଟଣା । ମୃତ ମହିଳା ଜଣକ ପ୍ରାଣବନ୍ଧ ଗ୍ରାମର ଚନ୍ଦ୍ରମୋହନ ନାୟକଙ୍କ ସ୍ତ୍ରୀ ଶାନ୍ତିଲତା ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଚନ୍ଦ୍ରମୋହନ ନାୟକଙ୍କ ସ୍ତ୍ରୀ ଶାନ୍ତିଲତା ଆଜି ନିକଟସ୍ଥ ତିନି କୋଶିଆ ଜଙ୍ଗଲକୁ ଗ୍ରାମବାସୀଙ୍କ ସହ ଛତୁ ତୋଳିବାକୁ ଯାଇଥିଲେ। ହେଲେ ଲଟା ମୂଳରେ ଲୁଚିଥିବା ଏକ ଭାଲୁ ତାଙ୍କୁ ଆତର୍କିତ ଆକ୍ରମଣ କରିଥିଲା। ତାଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏନେଇ ଅନ୍ୟ ସାଥୀମାନେ ସେଠାରୁ ଜୀବନ ବିକଳରେ ଦୌଡିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ହସ୍ପଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।