PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ଥାନା ଭିତରେ ମହିଳାଙ୍କୁ ମାଡ଼: ୭୨ରୁ ୭୧ ପୁଲିସଙ୍କ ବଦଳି

source:vitruvianpost.com

ବେଙ୍ଗାଲୁରୁ,୨ ।୨(ଏଜେନ୍ସି): କର୍ଣ୍ଣାଟକର କୁମାରସ୍ୱାମୀ ଲେଆଉଟ ଥାନା ଭିତରେ ଦୁଇ ଜଣ ମହିଳାଙ୍କୁ ମାଡ଼ ମରାଯିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ସରକାର ଏକାଥରକେ ଥାନାର ୭୨ରୁ ୭୧ ଜଣ ପୁଲିସ କର୍ମଚାରୀଙ୍କ ବଦଳି କରିଛନ୍ତି । ତା’ଛଡା ମହିଳାଙ୍କୁ ମାଡ଼ ମାରିଥିବା ତିନି କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଜଣେ ମହିଳା ନିଜ ଝିଅକୁ ଅପହରଣ କରାଯାଇଥିବା ସମ୍ପର୍କରେ ଅଭିଯୋଗ କରିବାକୁ ଆଉ ଜଣେ ମହିଳାଙ୍କୁ ସାଙ୍ଗରେ ନେଇ ଥାନାକୁ ଯାଇଥିଲାବେଳେ ଉକ୍ତ ଘଟଣା ଘଟିଥିଲା ।
ବେଙ୍ଗାଲୁରୁ( ସାଉଥ ଡିଭିଜନ)ର ଡିସିପି କେ ଆନ୍ନାମଲାଇ କହିଛନ୍ତି କି ଏହି ଘଟଣା ପରେ ଥାନାର ଭାବମୂର୍ତ୍ତି ସୁଧାରିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ସେପଟେ ପୁଲିସ ବିଭାଗର କିଛି କର୍ମଚାରୀ ସୂଚନା ଦେଇଛନ୍ତି କି ଉକ୍ତ ଥାନାରେ ଅନେକ କର୍ମଚାରୀ ଦୀର୍ଘ ବର୍ଷ ଧରି ନିୟୋଜିତ ଅଛନ୍ତି । ତେଣୁ ସେମାନେ ସେଠାରେ ଭିନ୍ନ ଭିନ୍ନ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ଏହା ମାଧ୍ୟମରେ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି । ମହିଳାଙ୍କୁ ମାଡ଼ ମରାଯିବାର ଭିଡିଓ ବି ସେଇ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ଏକ ଗୋଷ୍ଠୀ ଲିକ୍‌ କରିଥିଲା ।
ତେବେ ରାଜ୍ୟ ମହିଳା ଆୟୋଗର ମୁଖ୍ୟ କହିଛନ୍ତି କି ଭିଡିଓରେ ମାଡ ଖାଉଥିବା ମହିଳାଙ୍କର ପ୍ରକୃତରେ ଭୁଲ ଅଛି । ସେ ସମ୍ପତ୍ତି ବିବାଦ ଯୋଗୁ ନିଜ ଝିଅକୁ ଅପହରଣ କରିବା ପରେ ନିଜେ ଥାନା ଯାଇ ତାଙ୍କ ଝିଅକୁ ଅନ୍ୟ କେହି ଅପହରଣ କରିନେଇଛି ବୋଲି ମିଥ୍ୟା ଅଭିଯୋଗ ଦାୟର କରିବାକୁ ଚାହୁଁଥିଲେ । ମହିଳାଙ୍କ ଝିଅ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ପୁଲିସର ହସ୍ତକ୍ଷେପ ଯୋଗୁ ହିଁ ସେ ଉଦ୍ଧାର ପାଇଥିଲେ ।