ଭୁବନେଶ୍ୱର,୦୯/୦୩: ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିଲା ଗୋମାଂସ ।  ଶିଂଲା ଥାନା ପୁଟୁରା ଛକ ନିକଟରୁ ଗୋ ମାଂସ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଫେରାର ହେଲା ଡ୍ରାଇଭର । ଉକ୍ତ ଗାଡିରେ ୫ ଟନ୍‌ରୁ ଅଧିକ ଗୋ ମାଂସ ଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ଶିଂଲା ଥାନା ପୁଟୁରା ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ପିକଅପ୍‌ ଭ୍ୟାନ୍‌ରେ ୫ ଟନ୍‌ରୁ ଅଧିକ ଗୋ ମାଂସ ଚାଲାଣ ହେଉଥିଲା । ଏହି ଗୋମାଂସ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ବାଟରେ ଛକି ବସିଥିଲା । ଗାଡ଼ିଟି ସେହି ବାଟ ଦେଇ ଯିବା ବେଳେ ତାକୁ ଗୋଡେଇ ଗୋଡେଇ ଧରିଥିଲା ପୋଲିସ । ହେଲେ ଏହାରି ଭିତରେ କୌଶଳକ୍ରମେ ଗାଡ଼ିର ଡ୍ରାଇଭର ଫେରାର ହୋଇଥିଲା । ଗୋମାଂସ ବୋଝେଇ ପିକଅପ୍‌ ଭ୍ୟାନ୍‌ଟିକୁ ପୋଲିସ ତବତ କରି ଘଟଣାର ତଦନ୍ତ କରୁଛି ।