ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ବେଲପାହାଡ ପୌରପରିଷଦରେ କୋଟି କୋଟି ଟଙ୍କା ହେରଫେର ଅଭିଯୋଗ, ଆକାଉଣ୍ଟଟାଣ୍ଟ ଗିରଫ

Published By : Suraj Kumar | August 19, 2025 6:17 PM

ବେଲପାହାଡ ୧୯।୮ (ଆପ୍ର)  : ବେଲପାହାଡ ପୌରପରିଷଦରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ବେଲପାହାଡ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଯୋଗ କରିଥିଲେ। ବେଲପାହାଡ ପୋଲିସ ଏହାର ତଦନ୍ତ କରି ପୌରପରିଷଦ ଆକାଉଣ୍ଟଟାଣ୍ଟ ବିଭୁତି ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି l ୨୦୨୪-୨୫ ଆର୍ଥିକ ବର୍ଷରେ ହୋଇଥିବା ଟଙ୍କା ହେରଫେରରେ ଆକାଉଣ୍ଟଟାଣ୍ଟ ବିଭୁତି ସାହୁଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି l ବିଭୁତି ସାହୁ କିଛି ଦିନ ପୂର୍ବରୁ ଅଫିସ ଆସୁନଥିବାବେଳେ ଆକାଉଣ୍ଟ ବିଭାଗରେ ତାଲା ଝୁଲୁଥିଲା l ମାଜିଷ୍ଟେଟଙ୍କ ଉପସ୍ଥିତିରେ ଏହି ଆକାଉଣ୍ଟ ବିଭାଗର ତାଲା ଭାଙ୍ଗି ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କାଉନସିଲରଙ୍କ ଉପସ୍ଥିତିରେ ସମସ୍ତ କାଗଜପତ୍ର ତଦାରଖ କରାଯାଇଥିଲା l

ଅନ୍ୟପଟେ ଦୁଇ ଜଣିଆ ସ୍ୱତନ୍ତ୍ର ଅଡିଟ ଟିମ ବେଲପାହାଡ ପୌର ପରିଷଦ ପହଂଚଛି । ୨୦୨୪-୨୫ ଆର୍ଥିକ ବର୍ଷର ଆୟ ବ୍ୟୟର ଅଡିଟ ଆରମ୍ଭ କରିଛନ୍ତି l  ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚୁରା, କାଗଜପତ୍ର ତଦାରଖ ସହ ବନ୍ଦ ଥିବା ବିଭିନ୍ନ କୋଠରୀ ଖୋଲି ତଦନ୍ତ ଆରମ୍ଭ କରିଛି ଏହି ସ୍ୱତନ୍ତ୍ର ଅଡିଟ ଟିମ l ଏହି ଅଡିଟ ଟିମରେ ଅଡିଟ ଅଫିସର ମନୋରଞ୍ଜନ ବେହେରା ଏବଂ ଅଡିଟର ଅରବିନ୍ଦ ସାମନ୍ତା ରହିଥିବା ଜଣାପଡିଛି l

୨୦୨୨-୨୫ ବର୍ଷର ଆୟ ବ୍ୟୟ ଓ ବିଭିନ୍ନ କାର୍ଯ୍ୟ ରେ ଖର୍ଚ୍ଚ ହୋଇଥିବା ଟଙ୍କା ବିଷୟରେ ୧୫ ଟି କାର୍ଯ୍ୟ ଦିବସ ଯାଏଁ ଅଡିଟ କରିବ l ଏହି ସମୟରେ ସମସ୍ତ କର୍ମଚାରୀ ଙ୍କୁ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବା ପାଇଁ ଅତିରିକ୍ତ ସଚିବଙ୍କ ପକ୍ଷରୁ ବେଲପାହାଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି କରାଯାଇଛି l ଅନ୍ୟପଟେ ବେଲପାହାଡ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବାନେଇ ବେଲପାହାଡ ନଗରପାଳ ମଧ୍ୟ ଝାରସୁଗୁଡା ଜିଲ୍ଲାପାଳ ଏବଂ ବେଲପାହାଡ ପୋଲିସ ନିକଟରେ  ଅଭିଯୋଗ ମଧ୍ୟ କରିଥିବା ପ୍ରକାଶ କରିଛନ୍ତି l ଅନ୍ୟପଟେ ଦୁର୍ନୀତିରେ ସାମିଲ ଥିବା ସମସ୍ତଙ୍କ ବିରୋଧ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବେଲପାହାଡବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.