PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ସକାଳେ ଖାଲି ପେଟରେ ଖାଆନ୍ତୁ ଅଖରୋଟ, ମିଳିବ ଚମତ୍କାର ଫାଇଦା

ନୂଆଦିଲ୍ଲୀ ୨୮/୦୬: ଡ୍ରାଏ ଫ୍ରୁଟ୍ସ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି। ସେଥିମଧ୍ୟରୁ ଗୋଟିଏ ଅଖରୋଟ। ଏଥିରେ ପ୍ରୋଟିନ୍, ଫାଇବର, ଆଇରନ୍, କ୍ୟାଲସିୟମ୍, କପର, ଓମେଗା ୩, ଫ୍ୟାଟି ଏସିଡ୍ ଇତ୍ୟାଦି ଅନେକ ପୁଷ୍ଟିକର ଉପାଦାନରେ ଭରପୂର ରହିଥାଏ। ଏହାକୁ ଖାଇବା ଦ୍ୱାରା ମସ୍ତିଷ୍କ ଶୀଘ୍ର କାମ କରିଥାଏ। ଏହା ବ୍ୟତୀତ ଅଖରୋଟ ଶରୀରକୁ ଅନେକ ଉପାୟରେ ଉପକାର କରିଥାଏ, ଯେପରିକି ହଜମ ପ୍ରକ୍ରିୟାକୁ ଠିକ୍ କରିବା, ଇମ୍ୟୁନିଟି ବଢାଇବା। କିଛି ଲୋକ ଏହାକୁ ଯେକୌଣସି ସମୟରେ ଖାଇଥାନ୍ତି, କିନ୍ତୁ ଆପଣ ଜାଣନ୍ତି କି ଯଦି ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତି, ତେବେ ଆପଣଙ୍କୁ ଅନେକ ଲାଭ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ଖାଲି ପେଟରେ ଅଖରୋଟ ଖାଇବାର ଲାଭ କଣ।

ହଜମ କରାଇଥାଏ :

କୋଷ୍ଠକାଠିନ୍ୟର ସମସ୍ୟା ଅତି ସାଧାରଣ ହୋଇଗଲାଣି। ବଦଳୁଥୁବା ଖାଦ୍ୟ ଅଭ୍ୟାସ ହେତୁ ଲୋକଙ୍କୁ ଏହାଦ୍ୱାରା ବହୁତ ଯନ୍ତ୍ରଣା ଭୋଗିବାକୁ ପଡୁଛି।  ତେଣୁ ଏଥିଲାଗି ପ୍ରତିଦିନ ସକାଳେ ଖାଲି ପେଟରେ ଅଖରୋଟ ଖାଇବା ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ, ଯାହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଆହୁରି ମଧ୍ୟ, ଏଥିରେ ଭଲ ଫାଇବର ମିଳିଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ।

ଇମ୍ୟୁନିଟି ବଢାଇଥାଏ :

ଯଦି ଆପଣ ଇମ୍ୟୁନିଟି ବଢାଇବାକୁ ଚାହାଁନ୍ତି, ତେବେ ଅଖରୋଟ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହେବ। ପ୍ରତିଦିନ ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। କାରଣ ଖାଲି ପେଟରେ ଖାଇବା ଦ୍ୱାରା  ଆମେ ସିଧାସଳଖ ଭିଟାମିନ୍ ଏବଂ ମିନେରାଲ୍ସ ଖାଇଥାଉ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଭଲ ନିଦ ହୋଇଥାଏ :

ଚାପ, ଟେନସନ, ଚିନ୍ତା ଇତ୍ୟାଦି କାରଣରୁ ଆମ ନିଦ ସମ୍ପୂର୍ଣ୍ଣ ହୁଏ ନାହିଁ। ଯେଉଁଥିପାଇଁ ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେଣୁ ଏଥିଲାଗି ପ୍ରତିଦିନ ଅଖରୋଟ ଖାଇବା ଉଚିତ୍। ଏହା ଚାପ, ଚିନ୍ତା, ଟେନସନରୁ ମୁକ୍ତି ଦେଇଥାଏ।