କୋଲକାତା,୦୮/୦୨: ପଶ୍ଚିମବଙ୍ଗର କୋଲକାତାରେ ଜଣେ ସରକାରୀ କର୍ମଚାରୀ ଛୁଟି ନ  ମିଳିବାରୁ ୪ ଜଣ ସହକର୍ମୀଙ୍କ ଉପରେ ଛୁରିଦ୍ୱାରା ଆକ୍ରମଣ କରିଥିଲେ । ଏହାପରେ ରକ୍ତଲଗା ଛୁରିକୁ ଧରି ରାସ୍ତାରେ ବୁଲିଥିଲେ । ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । 

ଅଧିକାରୀମାନଙ୍କ ଅନୁସାରେ,  ଉତ୍ତର ୨୪  ପରଗନା ଜିଲ୍ଲା ସୋଦେପୁର ଘୋଲାର ବାସିନ୍ଦା ଅମିତ  ସରକାର ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗରେ  କାର୍ଯ୍ୟ କରନ୍ତି । ଏବେ ସେ କୋଲକାତାର ନ୍ୟୁଟାଉନ୍‌  ଅଞ୍ଚଳରେ ଥିବା ବିଭାଗୀୟ ଅଫିସ୍‌ରେ କାର୍ଯ୍ୟରତ । ଶୁକ୍ରବାର ସକାଳେ ଛୁଟିକୁ ନେଇ ସହକର୍ମୀଙ୍କ ସହିତ  ତାଙ୍କର ଝଗଡ଼ା ହେବାରୁ ସେମାନଙ୍କୁ ଛୁରିରେ ଆକ୍ରମଣ କରିଥିଲେ ଅମିତ । ଛୁରାମାଡ଼ରେ ଆହତ ହୋଇଥିବା  ଜୟଦେବ ଚକ୍ରବର୍ତ୍ତୀ, ଶାନ୍ତନୁ ଶାହ, ସାର୍ଥା ଲାତେ ଓ  ଶେଖ ସତାବୁଲଙ୍କୁ ଚିକିତ୍ସାଲାଗି ନିକଟବର୍ତ୍ତୀ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ସେ ମାନସିକ ସମସ୍ୟାରେ ପୀଡି଼ତ  ଥିବା ପୁଲିସ ଆଶଙ୍କା କରିଛି ।