ନୂଆଦିଲ୍ଲୀ : ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଘୋଷଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି- ଏଥର ଏଠାରେ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏହା ପ୍ରଥମ ଥର ପାଇଁ ଯେବେ ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ଅନୁଯାୟୀ, ପଶ୍ଚିମବଙ୍ଗରେ ୨୩ ଏବଂ ୨୯ ଏପ୍ରିଲରେ ଭୋଟ୍ ଦିଆ ଯିବା। ବର୍ତ୍ତମାନ ସୁଦ୍ଧା ପୂର୍ବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କଥା ଯଦି କହିବା ତ, ୨୦୧୧ ପର୍ଯ୍ୟନ୍ତ, ଅତି କମରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ୨୦୨୧ ବିଧାନସଭା ନିର୍ବାଚନରେ, ଏଠାରେ ଆଠଟି ପର୍ଯ୍ୟାୟରେ ଭୋଟ୍ ହୋଇ ଥିଲା। ପଶ୍ଚିମବଙ୍ଗରେ ମୋଟ ୨୯୪ ବିଧାନସଭା ଆସନ ଅଛି, ଯେଉଁଠାରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ୨୦୧୧ ମସିହାରୁ କ୍ଷମତାରେ ଅଛନ୍ତି।

କୁହାଯାଇଛି ପଶିମବଙ୍ଗରେ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କୁ ଆବେଦନ କରିଥିଲେ। ମାର୍ଚ୍ଚ ୯ ତାରିଖରେ ନିର୍ବାଚନ କମିଶନଙ୍କ ସହ ଏକ ବୈଠକ ସମୟରେ, ବଙ୍ଗରେ ବିରୋଧୀ ଦଳଗୁଡ଼ିକ ତିନୋଟିରୁ କମ୍ ପର୍ଯ୍ୟାୟରେ ନିର୍ବାଚନ କରିବାକୁ କମିଶନଙ୍କୁ ଅନୁରୋଧ କରିଥିଲେ। ସେହି ସମୟରେ, ଭାରତୀୟ ଜନତା ପାର୍ଟିର ଡେଲିଗେସନ( ପ୍ରତିନିଧି ଦଳ) ପ୍ରସ୍ତାବ ଦେଇଥିଲେ ଯେ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ କିମ୍ବା ସର୍ବାଧିକ ଦୁଇଟି ପର୍ଯ୍ୟାୟରେ କରାଯିବା ଉଚିତ। ବିଜେପି ଛଅ ସପ୍ତାହ ଯାଏ ସାତ କିମ୍ବା ଆଠଟି ଫେଜରେ ନିର୍ବାଚନ କରାଇବା ଠିକ୍ ନୁହେଁ କହିଥିଲା।

ଏହାସହ ବିଜେପି ନିର୍ବାଚନ କମିଶନଙ୍କୁ ହିଂସାମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲା। ଏହା ନିର୍ବାଚନ କମିଶନଙ୍କୁ ଏକ ୧୬-ସୂତ୍ରୀ ସ୍ମାରକପତ୍ର ପ୍ରଦାନ କରି ଥିଲା, ଯେଉଁଥିରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚିନ୍ତା ସମେତ ବିଭିନ୍ନ ପ୍ରସଙ୍ଗ ଉଠା ଯାଇ ଥିଲା। ଏହି ସମୟରେ, ସିପିଆଇ(ଏମ୍) ମଧ୍ୟ ନିର୍ବାଚନକୁ ଗୋଟିଏ ପର୍ଯ୍ୟାୟରେ କରାଯିବା ପାଇଁ ଦାବି କରିଥିଲା। ଦଳ ଯୁକ୍ତି ରଖୁଛି ଯେ, ବହୁ ପର୍ଯ୍ୟାୟରେ ନିର୍ବାଚନ କରିବା ଦ୍ୱାରା ନିର୍ବାଚନମଣ୍ଡଳୀ ମଧ୍ୟରେ ଅସାମାଜିକ ତତ୍ତ୍ଵମାନଙ୍କର ଗତିବିଧ ସମ୍ଭବ ହୁଏ, ଯାହା ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତାକୁ ପ୍ରଭାବିତ କରିପାରେ।

କହି ରଖୁଛୁ କି , ନିର୍ବାଚନ କମିଶନ ରବିବାର ପଶ୍ଚିମବଙ୍ଗ, କେରଳ, ଆସାମ, ତାମିଲନାଡୁ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ସମସ୍ତ ରାଜ୍ୟରେ ଭୋଟ ଗଣତି ୪ ମେ’ ରେ ହେବ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ, ପଶ୍ଚିମବଙ୍ଗ ବିଧାନସଭା ପାଇଁ ଭୋଟ ୨୩ ଏବଂ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ସେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିଛନ୍ତି ଯେ, ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ପାଇଁ ୨୩ ଏପ୍ରିଲରେ ମତଦାନ ଅନୁଷ୍ଠିତ ହେବ।