ନୂଆଦିଲ୍ଲୀ – ଗୁଗଲ ... ଏକ ଏମିକି କମ୍ପାନୀ ,ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତି ଜବ୍‌ କରିବାର ସ୍ୱପ୍ନ ଦେଖନ୍ତି। ଏଠାରେ ଦରମା ଠାରୁ ଅନେକ ସୁବିଧା ସୁଯୋଗ ବିଷୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥାଏ। ଲୋକେ ନିଜର ଅନୁଭବରୁ କହିଛନ୍ତି କି ଏଠାରେ କାମ କରିବା କେତେ ଭଲ ହୋଇଥାଏ। ଅନ୍ୟପଟେ ପ୍ରତି କମ୍ପାନୀ ପରି ଗୁଗଲରେ ମଧ୍ୟ କିଛି ଅଭାବ ଥାଇ ପାରେ। ଏଠାରେ ଜବ୍‌ କରୁଥିବା ବେଙ୍ଗାଲୁରୁର ଜଣେ ଇଂଜିନିୟର ନିଜର ଅନୁଭବକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରିଛନ୍ତି। 

ଏକ୍ସରେ ‘Striver’ ନାମରେ ପ୍ରସିଦ୍ଧ ବେଙ୍ଗାଲୁରୁର ସଫ୍ଟୱେୟାର ଇଂଜିନିୟରଙ୍କୁ ଗୁଗଲରେ ଜବ୍‌ କରିବାର ୩ବର୍ଷ ପୂରଣ ହୋଇଛି। ସେ ଏହି ତିନି ବର୍ଷରେ ପାଇଥିବା ଅଭିଜ୍ଞତାକୁ କହିଛନ୍ତି। ସେ ଏହି ପୋଷ୍ଟରେ ଭଲ ଓ ଖରାପ, ସବୁ କଥାକୁ ଲେଖିଛନ୍ତି। ସେ ଏଥିରେ ଲେଖିଛନ୍ତି , ଗୁଗଲରେ କାମ କରିବା ଲାଇଫ୍‌ ସର୍ବଦା ସହଜ ହୋଇ ନଥାଏ। ଏଠାରେ ଅନେକ ପ୍ରକାରର ଚ୍ୟାଲେଞ୍ଜ ଦେଇ ଗତି କରିବାକୁ ପଡ଼େ। 

ଗୁଗଲରେ କେଉଁ ଜିନିଷ ଭଲ ?

ଏହି ଇଂଜିନିୟର ନିଜର ପୋଷ୍ଟରେ ସର୍ବ ପ୍ରଥମେ ଗୁଗଲର ଅନେକ ଭଲ ଜିନିଷ ବିଷୟରେ କହିଛନ୍ତି। ସେ ଗୁଗଲରେ କାମ କରିବା ବେଳେ ଏହିପରି ଜିନିଷ ତାଙ୍କୁ ଭଲ ଲାଗିଛି –

୧- ଗୁଗଲରେ ଏମ୍ପ୍ଲଇର ୱାର୍କ-ଲାଇଫ୍‌ ବାଲାନ୍ସ ବିଷୟରେ ପୂରା ଧ୍ୟାନ ରଖାଯାଏ। କମ୍ପାନୀ ପାଖାପାଖି ସବୁ ଜିନିଷରେ ଧ୍ୟାନ ରଖିଥାଏ, ଯାହା ବିଷୟରେ ଆପଣ ଭାବି ପାରିବେ , ଯେମିତି ଖାଇବା ,ପିଇବା, ସ୍ପା , ଟ୍ରିପ୍‌ , ପାର୍ଟି । 

୨-କୋଡବେସ୍‌ ଏକ ଏମିତି ଜିନିଷ, ଯେବେ ଥରେ ଆପଣ ଏଥିରେ ପଶି ଯାଆନ୍ତି ତ ଆପଣ କ୍ୱାଲିଟି , ଡିଜାଇନ ଓ ଆର୍କିଟେକଚରରେ ଆଶ୍ଚର୍ଯ୍ୟ ହୋଇଯିବେ। 

୩- କମ୍ପାନୀରେ ଜିନିୟସ ଲୋକଙ୍କ ଅଭାବ ନାହିଁ। ଏଠାରେ ଆପଣଙ୍କ ଚାରିପଟେ ଖୁବ୍‌ ପ୍ରତିଭାଶାଳୀ ଲୋକେ ମିଳିବେ। ଏଥିରେ ଏଠାରେ କାମ କରୁଥିବା ବ୍ୟକ୍ତିକୁ ଅନେକ ଫାଇଦା ମିଳିଥାଏ। 

୪-ଗୁଗଲରେ କାମ କରିବାର ନିଜର ଅଲଗା ପ୍ରଭାବ ରହିଛି। ଏଠାରେ କାମ କରିବାର ପ୍ରଭାବ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚି ଥାଏ । 


ଏଠାରେ ଅନେକ ତ୍ରୁଟି ରହିଛି ମଧ୍ୟ –

ଗୁଗଲରେ ଭଲ ଜିନିଷ ବ୍ୟତୀତ ଏଠାରେ କିଛି ତ୍ରୁଟି ବା ଅଭାବ ବିଷୟରେ ମଧ୍ୟ କହିଛନ୍ତି। କିଛି ତ୍ରୁଟି ଏହି ପ୍ରକାରର – 

୧- ଏଠାରେ କାମ ପାଇଁ ଅନେକ ପ୍ରକାରର ଆପ୍ରୁଭାଲ ନେବାକୁ ପଡ଼େ। ଏଥିରେ କାମ କରିବାର ପ୍ରକ୍ରିୟା ଖୁବ୍‌ ଧିମା ହୋଇଯାଏ । ଏହା ଏଥିପାଇଁ ଯେ କମ୍ପାନୀ କୌଣସି କୋର୍ଟ କେସ୍‌ ଆଦିରୁ ରକ୍ଷା ପାଇ ପାରିବ।   

୨- ଏଠାରେ କାମ କରିବାର ଏକ ସୀମିତ ପରିସର ରହିଛି। ଅଧିକାଂଶ ଟିମକୁ ଏଣ୍ଡ-ଟୁ-ଏଣ୍ଡ ଫିଚର ଉପରେ କାମ କରିବାର ସୁଯୋଗ ମିଳିନଥାଏ । ଅଧିଂକାଶ ଇନଫ୍ରାଷ୍ଟ୍ରକଚର ପୂର୍ବରୁ ହିଁ ତିଆରି ହୋଇଛି। 

୩- ପୂର୍ବ ଟିମ୍‌ରେ କରାଯାଇ ଥିବା କାମକୁ ସ୍ୱିଚ୍‌ କରିବା ପରେ ପ୍ରମୋସନ ପାଇଁ ନିଆ ଯାଇ ନଥାଏ । କିଛି ଟିମ୍‌ରେ ପ୍ରମୋସନ ଖୁବ୍‌ ଧିମା ହୋଇଥାଏ। 

ଏହି ଇଂଜନିୟରଙ୍କର କିଛି ପଏଣ୍ଟରେ ପ୍ରଶ୍ନ ମଧ୍ୟ ଉଠିଛି। ତାଙ୍କର ଏହି ପୋଷ୍ଟରେ VJ’s Insights ନାମର ଜଣେ ୟୁଜର ପ୍ରତିକ୍ରିୟା ଦେଇଛନ୍ତି। ଏଠାରେ ମଧ୍ୟ ଗୁଗଲରେ କାମ କରନ୍ତି । ସେ Striver ଙ୍କର ପ୍ରମୋସନର ପଏଣ୍ଟ ଉପର ପ୍ରଶ୍ନ ଉଠାଇଛନ୍ତି। ସେ ଲେଖିଛନ୍ତି , ଏହା ଠିକ୍‌ ନୁହେଁ। ମୋ ଟିମରୁ ଜଣେ ବ୍ୟକ୍ତିଙ୍କର ଟ୍ରାନ୍ସଫର ହୋଇଥିଲା। ଗତ ଟିମ୍‌ରେ ତାଙ୍କର କାମର ଆଧାରରେ ତାଙ୍କୁ ପ୍ରମୋସନ ଦିଆଯାଇଛି। 

Striverଙ୍କର ଏହି ପୋଷ୍ଟ ଖୁବ୍‌ ଭାଇରାଲ ହୋଇଛି। ରବିବାର ଦ୍ୱିପ୍ରହର ୩ଟା ସମୟ ଯାଏ ଏହି ପୋଷ୍ଟକୁ ପାଖାପାଖି ଲକ୍ଷେ ୟୁଜର ପଢି ସାରିଥିଲେ। ଅଢେଇ ହଜାର ଏହାକୁ ଲାଇକ୍‌ କରି ସାରିଛନ୍ତି। ଏହା ବ୍ୟତୀତ ୭୭ ୟୁଜର ଏହା ଉପରେ କମେଣ୍ଟ ମଧ୍ୟ କରିଛନ୍ତି । ୪୫ ୟୁଜର ଏହି ପୋଷ୍ଟକୁ ରିପୋଷ୍ଟ କରିଛନ୍ତି।