ନୂଆଦିଲ୍ଲୀ ୧୩/୦୫: ବେଙ୍ଗାଲୁରୁର ଏକ ଦମ୍ପତି ଦାନିଶ ଆବଦି ଏବଂ ବ୍ରୁଶାଳୀ ପ୍ରସାଦେ ଏବେ ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଦମ୍ପତି ଭାବେ ସେମାନେ ଏକାଠି ଦୀର୍ଘ ୧୧ ଘଣ୍ଟା ସନ୍ତରଣ କରି ଶ୍ରୀଲଙ୍କାରୁ ଭାରତ ପହଞ୍ଚିଛନ୍ତି ।
ପେସାରେ ଆଇଟି ପ୍ରଫେସନାଲ ହୋଇଥିବା ଏହି ଦମ୍ପତି ଗତ ଗୁରୁବାର ଅର୍ଥାତ୍ ମେ ୭ ତାରିଖ ଭୋର୍ ୪.୩୦ ମିନିଟ୍ରେ ଶ୍ରୀଲଙ୍କାର ତଲାଇମନାରରୁ ଯାତ୍ରା ଆରମ୍ଭ କରିଥିଲେ । ପରେ ୧୦ ଘଣ୍ଟା ୪୫ ମିନିଟ୍ ସନ୍ତରଣ କରି ଦିନ ୩.୧୫ମିନିଟ୍ରେ ତାମିଲନାଡୁ ଉପକୂଳରେ ପହଞ୍ଚିଥିଲେ । ଦମ୍ପତି ସେମାନଙ୍କ ପୂରା ଯାତ୍ରାକୁ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଯାହାକି ଭାଇରାଲ୍ ହେଉଛି । ସେଥିରେ ସେମାନଙ୍କୁ ଉଚ୍ଚ ଲହରି, ପ୍ରତିକୂଳ ପାଗ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ୪ ବର୍ଷ ତଳୁ ସେମାନେ ସନ୍ତରଣ ଆରମ୍ଭ କରିଥିଲେ । ବର୍ତ୍ତମାନ ଏହି ଉପଲବ୍ଧି ହାସଲ କରି ଦମ୍ପତି ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛ।