ନୂଆଦିଲ୍ଲୀ,୧୯/୦୭: ଇତିହାସ ରଚିଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ । ଚଳିତ ଜାପାନ ଓପନ ସୁପର ୭୫୦ ବ୍ୟାଡ଼ମିଣ୍ଟନରେ ଭାରତର ପିଭି ସିନ୍ଧୁ ବିଜୟ ଜାରି ରଖି ଫାଇନାଲ୍‌ରେ ବାଜି ମାରି ନେଇଛନ୍ତି । ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇ ପ୍ରଥମ ଭାରତୀୟ ଭାବେ ଜାପାନ ଓପନ୍ ଟାଇଟଲ୍ ଜିତି ଇତିହାସ ରଚିଛନ୍ତି । ଫାଇନାଲ ମୁକାବିଲାରେ ଆୟୋଜକ ଜାପାନର ଆକାନେ ୟାମାଗୁଚିଙ୍କୁ ୨୧-୧୭, ୨୧-୧୭ ସିଧାସଳଖ ଗେମରେ ପରାସ୍ତ କରି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଚାମ୍ପଅନ୍ ହୋଇଛନ୍ତି । ବ୍ୟାଡମିଣ୍ଟନ୍ କୋର୍ଟରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏହା ୩୦ତମ ମୁକାବିଲା ଥିଲା, ଯେଉଁଥିରେ ପିଭି ସିନ୍ଧୁ ଏବେ ୧୬-୧୪ରେ ବିଜୟୀ ହୋଇଛନ୍ତି ।

ଗତକାଲି (ଶନିବାର) ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ସେମି ଫାଇନାଲ ସେ ୨୧-୧୯, ୧୫- ୧୦ ଗେମ୍ରେ ଆଗୁଆ ରହିଥିବାବେଳେ ପ୍ରତିପକ୍ଷ ଚୀନ ଖେଳାଳି ଚେନ୍ ୟୁଫେଇ ଆହତ ହୋଇ ଓହରି ଯାଇଥିଲେ । ଫଳରେ ସିନ୍ଧୁଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ଏହି ବିଜୟ ସହ ସେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜାପାନ ଓପନ ଫାଇନାଲ୍‌ରେ ପ୍ରବେଶ କରିଥିଲେ । ଆଜି ଫାଇନାଲରେ ସେ ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିଥିଲେ । ସିନ୍ଧୁ ଦୀର୍ଘ ୨ବର୍ଷ ପରେ ପ୍ରଥମ ଥର କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଛନ୍ତି ସିନ୍ଧିୁ । ଆଉ ବିଜୟୀ ମଧ୍ୟ ହୋଇଛନ୍ତି ।

୨୦୨୪ରେ ସେ ସୟଦ ମୋଦି ଇଣ୍ଟରନ୍ୟାସନାଲ୍ ଚାମ୍ପିଅନ୍ ହୋଇଥିଲେ । ଏହାପରଠୁ ସେ ଆଉ ଗୋଟିଏ ହେଲେ ଟାଇଟଲ୍ ଜିତି ପାରିନଥିଲେ । ଜାପାନ ଓପନରେ ସେ କ୍ୱାର୍ଟର ଫାଇନାଲ୍ ରାଉଣ୍ଡରେ ୱାକ୍ ଓଭର ପାଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ନୋଜୋମି ଓକୁହାରା ଆହତ ହୋଇ ଓହରି ଯାଇଥିଲେ । ସେମିରେ ସେ ଅଲିମ୍ପିକ୍ ଚାମ୍ପିଅନ୍ ୟୁଫେଇକୁ ସାମ୍ନା କରିଥିଲେ । ମ୍ୟାଚ୍ ବେଳେ ୟୁଫେଇଙ୍କ ଜଙ୍ଘ ପଛପାର୍ଶ୍ୱରେ ମାଂସପେଶୀ ଟାଣି ହୋଇଯିବାରୁ ସେ ଓହରି ଯାଇଥିଲେ । ଏଥିସହ ସିନ୍ଧୁ ଚୀନ ତାରକା ୟୁଫେଇଙ୍କ ବିପକ୍ଷରେ ୫ମ୍ୟାଚ୍ ପରାଜୟଧାରାରେ ବ୍ରେକ୍ ବି ଲଗାଇଥିଲେ ।

ସିନ୍ଧୁଙ୍କ ପାଇଁ କାହିଁକି ଖାସ୍ ଜାପାନ ଓପନ୍- ଏହା ପିଭି ସିନ୍ଧୁଙ୍କ ପ୍ରଥମ BWF ୭୫୦ ଟାଇଟଲ୍। ୨୦୨୪ ମସିହାରେ ସୟଦ ମୋଦି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ଏହା ବ୍ୟାଡମିଣ୍ଟନ କୋର୍ଟରେ ତାଙ୍କର ପ୍ରଥମ ଟାଇଟଲ୍ । ଏହା ଚାରି ବର୍ଷ ମଧ୍ୟରେ ଭାରତ ବାହାରେ ତାଙ୍କର ପ୍ରଥମ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବିଜୟ ମଧ୍ୟ । ସେ ଟୋକିଓରେ ଫାଇନାଲ୍ ଜିତି ଜାପାନ ଓପନ୍ ଟାଇଟଲ୍ ଜିତିଛନ୍ତି । ଜାପାନ ଓପନରେ ପିଭି ସିନ୍ଧୁଙ୍କ ଏହି ବିଜୟ ଖାସ୍ କାରଣ ସେ ଫାଇନାଲରେ ବିଶ୍ୱ ଚାମ୍ପିଅନକୁ ହରାଇଛନ୍ତି । ଏହି ବିଜୟ ସହିତ ପିଭି ସିନ୍ଧୁ ୧୯ ମାସର ଟାଇଟଲ ମରୁଡ଼ିର ଅନ୍ତ ଘଟାଇଛନ୍ତି । ସେ ୧୯ ମାସରେ ବିଡବ୍ଲୁଏଫ ବିଶ୍ୱ ଟୁର୍ ଟାଇଟଲ ଜିତିଛନ୍ତି । ତାଙ୍କର ଶେଷ ଟାଇଟଲ ଡିସେମ୍ବର ୨୦୨୪ରେ ସୟଦ ମୋଦି ଇଣ୍ଟରନ୍ୟାସନାଲରେ ଆସିଥିଲାସ । ଏହି ବିଜୟ ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ୍ । ସେ ଦୀର୍ଘ ଦିନ ଧରି ଫିଟନେସ୍ ଏବଂ ଫର୍ମ ସହିତ ସଂଘର୍ଷ କରୁଥିଲେ ।

ଜାପାନ ଓପନ୍ ଜିତିବା ରାଙ୍କିଙ୍ଗରେ ଲାଭ ଦେବ । ବର୍ଷ ଆରମ୍ଭରେ, ପିଭି ସିନ୍ଧୁଙ୍କ ରାଙ୍କିଙ୍ଗ ବିଶ୍ୱର ୧୮ ନମ୍ବରକୁ ଖସି ଆସିଥିଲା। ତଥାପି, ତାଙ୍କର ଦୃଢ଼ ପ୍ରଦର୍ଶନ ପାଇଁ ସେ ଶ୍ରେଷ୍ଠ ୧୦ ରେ ପ୍ରବେଶ କରିଛନ୍ତି ଏବଂ ବର୍ତ୍ତମାନ ବିଶ୍ୱର ୯ ନମ୍ବର ସ୍ଥାନରେ ଅଛନ୍ତି । ଜାପାନ ଓପନ୍ ଫାଇନାଲରେ ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିବା ପରେ ତାଙ୍କ ରାଙ୍କିଙ୍ଗରେ ଆହୁରି ବୃଦ୍ଧି ଘଟିପାରେ।

ଏହା ବି ପଢନ୍ତୁ...FIFA World Cup 2026: ସୁପର ସନ୍ଡେ'ରେ ଫିଫା ବିଶ୍ୱକପ୍ ଫାଇନାଲ, ଆର୍ଜେଣ୍ଟିନା - ସ୍ପେନ୍ ମଧ୍ୟରେ ଟାଇଟଲ ଟକ୍କର, ମେସି ମ୍ୟାଜିକ୍ ଦେଖିବାକୁ ଅପେକ୍ଷା..