ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବିଜ୍ଞାନ ମେଳାରେ ବିଇଓଙ୍କୁ ଅପେକ୍ଷା କରି ଉଦଘାଟନ କଲେ ବିଡିଓ, ବିଳମ୍ବରେ ପହଁଚି ଏବିଇଓଙ୍କ ଉପରେ ବର୍ଷିଲେ ବିଇଓ

Published By : Prameya | November 8, 2024 9:18 PM

ମାଲକାନଗିରି/ଖଇରପୁଟ - ବିଜ୍ଞାନ ମେଳା ପାଇଁ ବିଇଓଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ଉଦଘାଟନ କଲେ ବିଡିଓ। ଏହାର ଘଣ୍ଟେ ବିଳମ୍ବରେ ପହଁଚି ଓଲଟି ଏବିଇଓଙ୍କ ଉପରେ ଗର୍ଜିଲେ ବିଇଓ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ। ଉକ୍ତ ବିଦ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଥିଲା ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା।

ଏଠାରେ କିଛି ଅବ୍ୟବସ୍ଥା ଓ ଦାୟିତ୍ଵ ହୀନତା ଦେଖାଯାଇ ଥିଲା। ଉଦ୍ଘାଟନ ଉତ୍ସବର ନିମନ୍ତ୍ରିତ ମୁଖ୍ୟ ଅତିଥି ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମାଶଙ୍କର କୋୟା ଓ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦାସ, ଏବିଓ ଓ ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହିତ ଦୀର୍ଘ ସମୟ ଧରି ବ୍ଲକଶିକ୍ଷା ଅଧିକାରୀ ସୁମି଼ତ୍ ବିଶ୍ୱାସଙ୍କୁ ଦୀର୍ଘ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିବା ଦେଖାଯାଇ ଥିଲା।

ଆନୁଷ୍ଠାନିକ ଭାବେ ସକାଳ ନଅ ଘଣ୍ଟା ସମୟରେ ଉକ୍ତ ଉତ୍ସବ ଉଦ୍ଘାଟନ ହେବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ଥିଲେ ମଧ୍ୟ ବିଇଓ ଶ୍ରୀ ବିଶ୍ୱାସ ପହଁଚିବାରେ ବିଳମ୍ବ ଘଟିଥିଲା। ଅତିଥି ଓ ଅନ୍ୟ ମାନଙ୍କ ଅପେକ୍ଷାକୁ ଦୃଷ୍ଟିରେ ରଖି  ଉପସ୍ଥିତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଫୋନ୍ ଯୋଗେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ଶେଷରେ ସମୟ ୧୦ଟା ୧୦ ରେ ଉତ୍ସବ ଉଦ୍ଘାଟନ କରାଯାଇଥିଲା।

ଉଦ୍ଘାଟନର ଘଣ୍ଟାଏ ବିଳମ୍ବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ସେ ପହଁଚି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଙ୍କ ଉପରେ ଗର୍ଜନ କରି ଥିଲେ ଏବଂ କହିଥିଲେ , ମୋ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରି ଦେଲେ ମୁଁ ଆଉ କାହିଁକି ରହିବି । ଏହା କହି ମଞ୍ଚ ଛାଡି ପଳାଇବାକୁ ଚେଷ୍ଠା କରିବାରୁ ତାଙ୍କୁ ଅନ୍ୟ ଅତିଥି ମାନେ ବୁଝା ଶୁଝା କରି ଅଟକାଇ ଥିଲେ।

ଛାତ୍ରଛାତ୍ରୀଙ୍କ ବିକାଶ ନିକଟରେ ଜଣେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଏପରି ଅସମୟାନୁବର୍ତ୍ତିତାକୁ ବୁଦ୍ଧିଜୀବୀ,ଅଭିଭାବକ ଓ କିଛି ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ନାପସନ୍ଦ କରିଥିବା ବେଳେ ,ଏପରି ହେଲେ ପିଲାମାନେ ସମୟାନୁବର୍ତ୍ତିତା କିପରି ଶିଖିବେ ବୋଲି ବିଇଓଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.