ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ବାପ ଘରେ ରହି ପାଇବେ ପୂଜା

Published By : Prameya | April 3, 2025 12:24 PM

ବ୍ରହ୍ମପୁର, ୦୩/୦୪: ଗୁରୁବାର ମଧ୍ୟରାତ୍ରିରୁ ଆରମ୍ଭ ହେବ ବ୍ରହ୍ମପୁରର ଦ୍ୱିବାର୍ଷିକ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା । ଏହା ଆସନ୍ତା ୨୮ ତାରିଖ ମଧ୍ୟରାତ୍ରରେ ସମାପନ ହେବ।  ଯାତ୍ରାରମ୍ଭ ଦୃଷ୍ଟିରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ।  ପରମ୍ପରା ଅନୁଯାୟୀ ମା’ ଠାକୁରାଣୀ ବାପ ଘର ବୁଲିବାକୁ  ଆସନ୍ତି । ଯାତ୍ରା ଅବଧି କାଳରେ ଠାକୁରାଣୀ ଅଞ୍ଚଳର ବିଭିନ୍ନ ସାହିକୁ ପ୍ରତି ସନ୍ଧ୍ୟାରେ ପରିକ୍ରମା କରିଥାନ୍ତି । ଏଥିସହ  କଳାକୁଞ୍ଜ ଓ ରଥ ମଧ୍ୟ ଅଞ୍ଚଳବାସୀଙ୍କ ତରଫରୁ ନିର୍ମାଣ  କରି ପ୍ରଦର୍ଶିତ ହୋଇଥାଏ । ଯାତ୍ରା ଦୃଷ୍ଟିରୁ ଦେବୀଙ୍କ ବାପ  ଘର ଦେଶୀବେହେରା ସାହି ସମେତ ସମଗ୍ର ବଡ଼ବଜାର  ଏବେ ଚଳଚଞ୍ଚଳ । ଅସ୍ଥାୟୀ ମଣ୍ଡପ ନିର୍ମାଣ ସରିଛି । 

ପ୍ରଶାସନ ତରଫରୁ ଯାତ୍ରା ହେଉଥିବା ଅଞ୍ଚଳରେ ପାନୀୟ  ଜଳ ବ୍ୟବସ୍ଥା, ରାସ୍ତା ମରାମତି ମଧ୍ୟ କରାଯାଇଛି । ମା’ଙ୍କୁ  ସ୍ୱାଗତ ପାଇଁ ସ୍ଥାନୀୟ ବ୍ୟବସାୟୀ ସଂଘ, ଅଞ୍ଚଳବାସୀ  ତତ୍ପର ହୋଇ ରହିଛନ୍ତି । ଗୁରୁବାର ରାତି ସାଢ଼େ ୧୧ଟା  ପରେ ଦେବୀଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ପୀଠକୁ ଆଣିବା  ପାଇଁ ଦେଶୀବେହେରା ସାହିରୁ ପଟୁଆର ବାହାରିବ । ସ୍ଥାୟୀ  ପୀଠରେ ପୂଜାର୍ଚ୍ଚନା ହୋଇ ଆଜ୍ଞାମାଳ ମିଳିବା ପରେ ରାତି  ୨ଟାରୁ ଭୋର୍‌ ୪ଟା ମଧ୍ୟରେ ସ୍ଥାୟୀ ପୀଠରୁ ବାହାରି ବାପ  ଘର ଅସ୍ଥାୟୀ ପୀଠକୁ ମା’ ସାଆନ୍ତାଣୀ ଆସିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.