ନୂଆଦିଲ୍ଲୀ ୨୪/୦୭: ୩୦୦ କୋଟିରୁ ଉଦ୍ଧ୍ୱର୍ ବର୍ଷ ପୂର୍ବରୁ ପୃଥିବୀ ନିଜର ଗଭୀର ଆଭ୍ୟନ୍ତର ଜରିଆରେ ପୃଷ୍ଠ ଜଳକୁ ପୁନଃଚକ୍ରଣ କରିଆସୁଛି । ସଦ୍ୟ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପଶ୍ଚିମ ଅଷ୍ଟ୍ରେଲିଆର ପିଲବାରା କ୍ଷେତ୍ରରେ ୩୦୦ କୋଟିରୁ ଉଦ୍ଧ୍ୱର୍ ବର୍ଷ ପୁରୁଣା ଆଗ୍ନେୟଗିରି ପଥର ଏହି ଯାତ୍ରାର ଅବେଶଷକୁ ସାଇତି ରଖିଛି । ପଥରଗୁଡ଼ିକର ରସାୟନରୁ ଜଣାପଡ଼ିଛି, ପୃଥିବୀ ପୃଷ୍ଠର ଜଳ ଏହାର ଗଭୀର ଆଭ୍ୟନ୍ତରରେ ପ୍ରବାହିତ ହୋଇଥିଲା । ସେଠାରେ ମାଗ୍ମା ଉତ୍ପନ୍ନରେ ସାହାଯ୍ୟ କରିଥିଲା ଏବଂ ଆଗ୍ନେୟଗିରି ଗତିବିଧିକୁ ପ୍ରଭାବିତ କରିଥିଲା ।
ପିଲବାରା ଗର୍ତ୍ତରୁ ଏହି ପଥର ଆସିଛି, ଯାହା ପୃଥିବୀର ନିମ୍ନ ପରସ୍ତ (କ୍ରଷ୍ଟ)ର ଏକ ପ୍ରାଚୀନ ଓ ସାଧାରଣତଃ ଉତ୍ତମ ରୂପେ ସଂରକ୍ଷିତ ବିଭାଗ । ଆଡିଲେଡ୍ ବିଶ୍ୱବିଦ୍ୟାଳୟର ଭୂରସାୟନବିତ୍ ଡ. ଏରିକ ଭାନ୍ଡେନବର୍ଗଙ୍କ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ଗବେଷକ ଟିମ୍ ପଥରର ରସାୟନିକ ସଙ୍କେତକୁ ବିଶ୍ଳେଷଣ କରି ତା’ର ୩୧୦ କୋଟି ବର୍ଷ ପୂର୍ବର ସ୍ଥିତିକୁ ପୁନଃନିର୍ମାଣ କଲେ ।
4
ଆହୁରି ପଢ଼ନ୍ତୁ...Kal Bhairav Temple: ଏହି ମନ୍ଦିରରେ ଭସ୍ମ ହୁଏ ପ୍ରସାଦ, ଜାଣନ୍ତୁ କ’ଣ ରହିଛି ଧାର୍ମିକ ମାନ୍ୟତା
ଏହାର ପ୍ରମାଣ ଦର୍ଶାଇଲା, କ୍ରଷ୍ଟ ତଳେ ଥିବା ଉତ୍ତପ୍ତ ପରସ୍ତ ମାଣ୍ଟେଲରେ ଜଳ ପ୍ରବେଶ କରିବା ପରେ ପୃଥିବୀ ପୃଷ୍ଠକୁ ଉଠିଥିବା ମାଗ୍ମା ଉଦ୍ଗିରଣରେ ଯୋଗଦାନ ଦେଇଥିଲା । ଏହାର ଫଳସ୍ୱରୂପ ସୃଷ୍ଟ ଆଗ୍ନେୟଗିରିଗୁଡ଼ିକ ସେମିତି ରହିଥିବେ, ଯାହା ବର୍ତ୍ତମାନ ପ୍ରଶାନ୍ତ ମହାସାଗର ଚତୁଃପାର୍ଶ୍ୱରେ ‘ରିଙ୍ଗ ଅଫ୍ ଫାୟର’ ଦେଖିବାକୁ ମିଳିଛି । ଏଠାରେ ଆଗ୍ନେୟଗିରି ଗତିବିଧି ପୃଥିବୀ ଭିତରକୁ ଯାଉଥିବା ପଦାର୍ଥଗୁଡ଼ିକ ସହ ଗଭୀର ଭାବେ ଜଡ଼ିତ । ନେଚର କମ୍ୟୁନିକେସନ୍ରେ ପ୍ରକାଶିତ ଏହି ଅଧ୍ୟୟନ ଦର୍ଶାଇଛି, ପ୍ରାରମ୍ଭିକ ସମୟରେ ପୃଥିବୀର ପୃଷ୍ଠ ଓ ଆଭ୍ୟନ୍ତର ମଧ୍ୟରେ ପୂର୍ବରୁ ଜଳ ପ୍ରବାହିତ ହେଉଥିଲା । ଆଧୁନିକ ଟେକ୍ଟୋନିକ୍ ପ୍ଲେଟ୍ ଭଳି ଏହା ସମାନ ପ୍ରକ୍ରିୟାରେ କାର୍ଯ୍ୟ କରୁଥିଲା । ତେବେ ଏହି ତନ୍ତ୍ର ବୋଧହୁଏ ଖୁବ୍ ଭିନ୍ନ ଦୃଶ୍ୟମାନ ହେଉଥିଲା, କାରଣ ପ୍ରାରମ୍ଭିକ ପୃଥିବୀ ଅପେକ୍ଷାକୃତ ଅଧିକ ଉତ୍ତପ୍ତ ଥିଲା । ଭାନଡେନ୍ବର୍ଗ କହିଛନ୍ତି, ପ୍ରାଚୀନ ପିଲବାରା ପଥର ପୃଥିବୀ ବିକାଶରେ ପ୍ରାରମ୍ଭିକ ଅଧ୍ୟାୟର ସକ୍ରିୟ କିଛି ବିରଳ ରେକର୍ଡର ପ୍ରମାଣ ଦେଇଛି । ୩୦୦ କୋଟିରୁ ଉଦ୍ଧ୍ୱର୍ ବର୍ଷ ପୂର୍ବେ ପୃଥିବୀ ଯେତେବେଳେ ଖୁବ୍ ଭିନ୍ନ ସ୍ଥିତିରେ ଥିଲା, ସେତେବେଳେ ଏହି ପଥର ସୃଷ୍ଟି ହୋଇଥିଲା ବୋଲି ସେ କହିଛନ୍ତି ।
ଆଜି ମହାସାଗର ଓ ପୃଥିବୀର ଆଭ୍ୟନ୍ତର ଟେକ୍ଟୋନିକ୍ ପ୍ଲେଟ୍ ଜରିଆରେ ଯୋଡ଼ି ହୋଇଛନ୍ତି । ସବ୍ଡକସନ୍ ଜୋନ ଗୋଟିଏ ପ୍ଲେଟ୍ ଆଉ ଏକ ପ୍ଲେଟ୍ ତଳେ ଦବିଯାଏ ଏବଂ ଜଳଯୁକ୍ତ ଖଣିଜକୁ ପୃଷ୍ଠରୁ ମାଣ୍ଟେଲକୁ ନେଇଯାଏ । ବାହାରକୁ ନିର୍ଗତ ଏହି ଜଳ ଆଖପାଖ ପଥରକୁ ତରଳାଇବା ପାଇଁ ଆବଶ୍ୟକ ତାପମାତ୍ରାକୁ ହ୍ରାସ କରେ, ଯାହା ମାଗ୍ମା ଉତ୍ପନ୍ନରେ ସାହାଯ୍ୟ କରେ । ଏହି ମାଗ୍ମା ଆଗ୍ନେୟଗିରିଗୁଡ଼ିକୁ ଉର୍ଜ୍ଜା ଯୋଗାଏ ଏବଂ ମହାଦେଶମାନଙ୍କର ବୃଦ୍ଧିରେ ସହାୟକ ହୁଏ । ଏହା କିନ୍ତୁ ବର୍ତ୍ତମାନ ସମୟରେ କାମ କରୁଛି । ପ୍ରାରମ୍ଭିକ ପୃଥିବୀରେ ଏହି ପ୍ରକ୍ରିୟାକୁ ଯୋଡ଼ିବା ଦ୍ୱାରା ସମସ୍ୟା ହୋଇପାରେ । ପ୍ରାରମ୍ଭରେ ପୃଥିବୀ ଏତେ ଉତ୍ତପ୍ତ ଥିଲା ଯେ ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକ ଏଭଳି ମାର୍ଗରେ କାର୍ଯ୍ୟ କରୁନଥିଲେ । ତେଣୁ ବର୍ତ୍ତମାନ ସ୍ପଷ୍ଟ ରୂପେ କହିବା ଠିକ୍ ହେବନାହିଁ ଯେ ପୃଥିବୀ ପୃଷ୍ଠ ଜଳର ଯାତ୍ରା ୩୦୦ କୋଟି ବର୍ଷ ପୂର୍ବେ ଆରମ୍ଭ ହୋଇସାରିଥିଲା ।