ୱାଶିଂଟନ : ଆମେରିକାର ୧୫ ସୁତ୍ରୀୟ ଯୁଦ୍ଧ ବିରାମ ପ୍ରସ୍ତାବକୁ ଇରାନ ଖାରଜ କରିଦେଇଛି। ଏଥିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ବର୍ଷିଛନ୍ତି। ସେ ଇରାନ ପକ୍ଷରୁ କଥାବାର୍ତ୍ତା କରୁଥିବା ପକ୍ଷଙ୍କୁ ଶୀଘ୍ର ସିରିୟସ୍ ହେବାକୁ କହିଛନ୍ତି, ନୁହେଁ ତ ପୁଣି ପଛକୁ ହଟିବାର କୌଣସି ରାସ୍ତା ରହିବ ନାହିଁ। ଟ୍ରମ୍ପ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଇରାନ ପକ୍ଷରୁ ମଧ୍ୟସ୍ଥି ପକ୍ଷ ଉପରେ ଆକ୍ରମଣ ଆଭିମୁଖ୍ୟ ଆପଣାଇଛନ୍ତି।
ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରିଥିଲେ – ଇରାନୀ ପକ୍ଷରୁ କଥାବାର୍ତ୍ତା କରୁଥିବା ପକ୍ଷ ବହୁତ ଅଲଗା ଓ ଅଜବ। ସେ ଆମ ସହ ଡିଲ୍ କରିବାକୁ ଭିକ ମାଗୁଛନ୍ତି, ଯାହା ତାଙ୍କୁ କରିବା ମଧ୍ୟ ଦରକାର , କାରଣ ସେ ମିଲିଟାରୀ ସ୍ତରରେ ସଂପୂର୍ଣ୍ଣ ଖାଲି ହୋଇ ଯାଇଛନ୍ତି ଏବଂ ତାଙ୍କର ପ୍ରତ୍ୟାବର୍ତ୍ତନ କରିବାର କୌଣସି ସୁଯୋଗ ନାହିଁ, ତଥାପି ସେ ସମସ୍ତଙ୍କ ସାମ୍ନାରେ କହୁଛନ୍ତି କି , ସେ କେବଳ ଆମର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଭୁଲ୍ ! ତାଙ୍କୁ ଶୀଘ୍ର ସିରିୟସ ହେବା ଉଚିତ୍, ଏହା ପୂର୍ବରୁ କି ଯେମିତି ବହୁତ ବିଳମ୍ୱ ହୋଇ ନଯାଉ , କାରଣ ଥରେ ଏମିତି ହୋଇଗଲେ , ପୁଣି ପଛକୁ ହଟିବାର କୌଣସି ରାସ୍ତା ରହିବ ନାହିଁ ଏବଂ ଏହା ପୂରା ଭଲ ହେବ ନାହିଁ।
ଏହା ପୂର୍ବରୁ , ଇରାନ ବୁଧବାର ପଶ୍ଚିମ ଏସିଆରେ ଯୁଦ୍ଧବିରାମର ଆମେରିକାର ପ୍ରସ୍ତାବକୁ ଖାରଜ କରି ଦେଇଛି ଏବଂ ଇସ୍ରାଏଲ ଓ ଉପସାଗରୀୟ ଆରବ ଦେଶ ଉପରେ ଆକ୍ରମଣ ଜୋରଦାର କରି ଦେଇଛି। ଇରାନ କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ମଧ୍ୟ ଟାର୍ଗେଟ୍ କରିଛି, ଯେଉଁଥିରେ ସେଠାରେ ଭୀଷଣ ନିଆଁ ଲାଗି ଯାଇଛି। ଇରାନ ଏହି ଜବାବୀ ଆକ୍ରମଣ ଏମିତି ସମୟରେ କରିଛି, ଯେତେବେଳେ ଇସ୍ରାଏଲ ତେହେରାନ ଉପରେ ବିମାନ ଆକ୍ରମଣ କରିଥିଲା ଏବଂ ୱାଶିଂଟନ ଏହି ଅଞ୍ଚଳରେ ପାରାଗ୍ରୁପର ଏବଂ ବହୁ ସଂଖ୍ୟକ ମେରାଇନ ମୁତୟନ କରିଥିଲା।
ଇରାନର ସରକାରୀ ସମ୍ବାଦ ପ୍ରସାରକ ପ୍ରେସ୍ ଟିଭି ଜଣେ ଅଜ୍ଞାତ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି - ଇରାନ ଆମେରିକାର ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ପାକିସ୍ତାନ ଇରାନକୁ ପ୍ରସ୍ତାବ ପଠାଇବା ପରେ ପ୍ରେସ ଟିଭିର ରିପୋର୍ଟ ଆସିଛି। ପ୍ରେସ୍ ଟିଭି ଉକ୍ତ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି "ଇରାନ ଯେତେବେଳେ ଚାହିଁବ ଏବଂ ଯେତେବେଳେ ତାର ସର୍ତ୍ତ ପୂରଣ ହେବ, ସେତେବେଳେ ହିଁ ଯୁଦ୍ଧ ବନ୍ଦ କରିବ," । ଉକ୍ତ ଅଧିକାରୀ ଆହୁରି କହିଛନ୍ତି ଯେ ତେହେରାନ ପଶ୍ଚିମ ଏସିଆରେ ତାର "ଜବରଦସ୍ତ ଆକ୍ରମଣ" ଜାରି ରଖିବ।
ଇରାନକୁ ପ୍ରସ୍ତାବ ଦେଇଥିବା ଦୁଇ ପାକିସ୍ତାନୀ ଅଧିକାରୀ ୧୫ ଟି ପଏଣ୍ଟ ଉଲ୍ଲେଖ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଏଥିରେ କଟକଣାରୁ ମୁକ୍ତି, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରତ୍ୟାହାର, କ୍ଷେପଣାସ୍ତ୍ର ସୀମା ଏବଂ ବିଶ୍ୱର ୨୦ ପ୍ରତିଶତ ତୈଳ ରପ୍ତାନୀ ପାର କରୁଥିବା ଏକ ଗୁରୁତ୍ବପୂର୍ଣ ଜଳପଥ ହୋର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଅନ୍ତର୍ଭୁକ୍ତ। ମଧ୍ୟସ୍ଥତା ପ୍ରୟାସରେ ସାମିଲ ଥିବା ଜଣେ ଇଜିପ୍ଟର ଅଧିକାରୀ କହିଛନ୍ତି ଯେ, ପ୍ରସ୍ତାବରେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ଇରାନର ସମର୍ଥନ ଉପରେ କଟକଣା ଅନ୍ତର୍ଭୁକ୍ତ ରହିଛି।
ଆହୁରି ମଧ୍ୟ ପଢନ୍ତୁ : ଆକ୍ରମଣ ରୋକିବା ପାଇଁ କତର ଏବଂ ଇରାନ ମଧ୍ୟରେ ଚୁକ୍ତି ! ତେହେରାନକୁ ମିଳିବ ୬ ବିଲିୟନ ଡଲାର