ପୌର ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ପାରିଷଦଙ୍କ ଧାରଣା

ଭଦ୍ରକ, ୩୦/୧୧ : ପୌରାଞ୍ଚଳର ବିକାଶରେ ବାଧକ ସାଜିଛନ୍ତି ଭଦ୍ରକ ପୌର ନିର୍ବାହୀ ଅଧିକାରୀ ଦେବି ପ୍ରସାଦ ରାଉତ। ରାଜନେତାଙ୍କ ଇଙ୍ଗିତ ଓ ଚାପରେ କରୁଛନ୍ତି କାର୍ଯ୍ୟ। ଫଳରେ ପୌରବାସୀ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି। ତେଣୁ ତାଙ୍କ ବଦଳି ଦାବି କରି ପାରିଷଦ ହେମନ୍ତ ସାହୁ ଓ ଫାରିୟାଜ଼ ଖାନଙ୍କ ନେତୃତ୍ୱରେ ଦଶରୁ ଉର୍ଦ୍ଧ୍ଵ ପାରିଷଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପାରିଷଦ ମାନଙ୍କ ଧାରଣାକୁ ସମର୍ଥନ ଜଣାଇ ବହୁ ପୌରବାସୀ ସେଠାରେ ଉପସ୍ଥିତ ଅଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଟାଉନ ଥାନା ପୁଲିସ ଘଟଣସ୍ଥଳରେ ପହଞ୍ଚିଛି।
ପ୍ରକାଶ ଥାଉକି, ତିନି ଦିନ ପୂର୍ବେ ଆରଏମସି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମସ୍ତ ପାରିଷଦ ଜିଲ୍ଲା ପ୍ରଶାସନଙ୍କୁ ୭୨ ଘଣ୍ଟା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି ଜରିଥିଲେ।