PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ମହାରାଷ୍ଟ୍ରର ରାଜ୍ୟପାଳ ପଦବୀରୁ ଏହି କାରଣରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି କୋଶୟାରୀ, କହିଲେ- ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ସାରିଛି…

ମୁମ୍ବାଇ,୨୩।୧: ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ । ନିଜ ପଦରୁ  ଇସ୍ତଫା ଦେବାକୁ ଚାହାନ୍ତି ବୋଲି ସୋମବାର ଘୋଷଣା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ରାଜ ଭବନ ଦ୍ବାରା ଜାରି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ମୁଁ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ  ଇଚ୍ଛା ବ୍ୟକ୍ତ କରିଛି। କୋଶୟାରୀ ୯ ସେପ୍ଟେମ୍ବର ୨୦୧୯ ରେ ମହାରାଷ୍ଟ୍ରର ୨୨ ତମ ରାଜ୍ୟପାଳ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ସେ ଏହି ବିଜ୍ଞପ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ ଯାତ୍ରା ବେଳେ ତାଙ୍କୁ ଏକଥା ଜଣାଇ ସାରିଛନ୍ତି।  ଅବଶିଷ୍ଟ ଜୀବନ ପଢା ଲେଖାରେ  ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ରାଜ ଭବନ ଦ୍ବାରା ଜାରି ଏକ ବିବୃତ୍ତିରେ ରାଜ୍ୟପାଳ କୋଶୟାରୀ କହିଛନ୍ତି ଯେ ମହାରାଷ୍ଟ୍ର ଭଳି ମହାନ ରାଜ୍ୟ-ସନ୍ଥ, ସମାଜ ସୁଧାରକ ଓ ବୀର ସେନାଙ୍କ ଭୂମିର ରାଜ୍ୟ ସେବକ କିମ୍ବା ରାଜ୍ୟପାଳ ଭାବରେ ସେବା କରିବା ମୋ ପାଇଁ ଖୁବ୍ ସମ୍ମାନ ଓ ସୌଭାଗ୍ୟର କଥା।’

କୋଶୟାରୀ କହିଛନ୍ତି, ଗତ ତିନିବର୍ଷରୁ ଅଧିକ ସମୟ ମଧ୍ୟରେ ମହାରାଷ୍ଟ୍ରବାସୀଙ୍କଠାରୁ ମିଳିଥିବା ପ୍ରେମ ଏବଂ ସ୍ନେହ ମୁଁ କଦାପି ଭୁଲି ପାରିବି ନାହିଁ। ନିକଟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ସମୟରେ ମୁଁ ତାଙ୍କୁ ସମସ୍ତ ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇବାକୁ ଜଣାଇଥିଲି। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ସର୍ବଦା ପ୍ରେମ ଏବଂ ସ୍ନେହ ଗ୍ରହଣ କରିଆସୁଛି ଏବଂ ମୁଁ ଆଶା କରୁଛି ଆଗକୁ ମଧ୍ୟ ସେଭଳି ପାଉଥିବି।’