କଟକସଦର,୨୯/୦୭: ଧାନରେ ଭାଲକୁଣୀ ଠାକୁରାଣୀଙ୍କ ମୁକୁଟ ଓ ଅଳଙ୍କାର । ମାଆଙ୍କ ଗହଣା ତିଆରି କରି ଚର୍ଚ୍ଚାରେ କଟକସଦର କହ୍ନେଇପୁର ଗାଁର ଶୁଭ୍ରଜିତ ପଣ୍ଡା । ଅତି ସୁନ୍ଦର ଭାବେ ଧାନକୁ ସଜାଇ ସେ ଏହି ମୁକୁଟ ତିଆରି କରିଛନ୍ତି। ପୂର୍ବରୁ ସେ ଏଭଳି ଚମତ୍କାର କାରୁକାର୍ଯ୍ୟ କରି ଇଣ୍ଟର ନ୍ୟାସନାଲ ୱାର୍ଲଡ଼ ରେକର୍ଡ ତାଙ୍କ ନାଁ ସ୍ଥାନିତ ହୋଇଛି।
ତେବେ ଶୁଭ୍ରଜିତ ପଣ୍ଡା ୫ ହଜାରରୁ ଉର୍ଦ୍ଧ୍ବ ଧାନରେ ମାଆ ଖୁଦୁରୁକୁଣୀଙ୍କ ମୁକୁଟ ତିଆରି କରିଛନ୍ତି । ଭେଲଭେଟ୍ ପେପର ଉପରେ ଅଠାରେ ଧାନକୁ ସଜେଇ ସେଥିରେ କିଛି ଆଇନା ଖଞ୍ଜି ମୁକୁଟକୁ ଚିତ୍ତାକର୍ଷକ କରିଛନ୍ତି । ପୂର୍ବରୁ ମଧ୍ୟ ସେ ଅନେକ ନିଆରା ସାମଗ୍ରୀ ତିଆରି କରିଥିଲେ । ୨୦୨୨ରେ କଉଡ଼ିରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ଆଙ୍କି ଇଣ୍ଟରନ୍ୟାସନାଲ ୱାର୍ଲଡ଼ ରେକର୍ଡରେ ସ୍ଥାନିତ ହୋଇସାରିଛନ୍ତି । ଏବେ ଏଭଳି ନିଆରା ମୁକୁଟ ତିଆରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ।