ଭୁବନେଶ୍ବର, ୧୮/୧୦: ଭରତପୁର ଥାନା ହାଇଡ୍ରାମା ଘଟଣା । ଶୁକ୍ରବାର ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । ଏହି ସମୟରେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ରହିବେ ।
ଭରତପୁର ଥାନା ହାଇଡ୍ରାମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଭରତପୁରର ନିଲମ୍ବିତ ଥାନା ଅଧିକାରୀଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେ କୋର୍ଟରେ ହାଜର ପରେ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ରାଜି ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ଟିମ୍ ଏବଂ ଭରତପୁର ଥାନାର ପୂର୍ବତନ ଅଧିକାରୀ ଦିନକୃଷ୍ଣ ମିଶ୍ର ଅକ୍ଟୋବର ୧୬ ତାରିଖରେ ଗୁଜରାଟ ଯାଇଥିଲେ । ଗୁଜୁରାଟର ଫରେନ୍ସିକ୍ ଲ୍ୟାବ୍ରେ ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ ଟେଷ୍ଟ ହୋଇଥିଲା । ତେବେ ଏହି ମାମଲାରେ ପୂର୍ବରୁ ୪ ଜଣ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା ।
ତେବେ ଶୁକ୍ରବାର ଏହି ମାମଲାର ଆଜି ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ସମ୍ପର୍କିତ ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ । ଏହି ସମୟରେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଏଡିଜି ଉପସ୍ଥିତ ରହିବେ ।