ମୁମ୍ୱାଇ : କମେଡି କ୍ୱିନ୍‌ ଭାରତୀ ସିଂହ ନିକଟରେ ନିଜର ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କ ସହ ଏକ ପଡକାଷ୍ଟରେ ଭାଗ ନେଇ ଥିଲେ। ପଡକାଷ୍ଟ ବେଳେ ଭାରତୀ ଓ ହର୍ଷ ନିଜର ଜୀବନ ସହ ଜଡ଼ିତ ଅନେକ କଥା କହିଛନ୍ତି। ଏହି ସମୟରେ ଭାରତୀ ସିଂହ ଏହି ଘଟଣା ବିଷୟରେ କହିଛନ୍ତି, ଯେବେ ସେ ଶାହରୁଖ ଖାନଙ୍କୁ କୁଣ୍ଡାଇ କାନ୍ଦିବାକୁ ଲାଗି ଥିଲେ। ଉଲ୍ଲେଖନୀୟ ଯେ,  ଭାରତୀଙ୍କ କହିବାନୁସାରେ ଶାହରୁଖ ଖାନ ତାଙ୍କର ସବୁଠୁ ପ୍ରସିଦ୍ଧ କ୍ୟାରେକ୍ଟର ଲାଲିର ଗେଟଅପ୍‌ କରିଥିଲେ। ଶାହରୁଖଙ୍କୁ ଏହି ଗେଟଅପ୍‌ ପରେ ଭାରତୀ ସିଂହ ଖୁବ୍‌ ଇମୋସନାଲ ହୋଇ ଯାଇ ଥିଲେ। 

ସୋସିଆଲ ମିଡ଼ିଆ ଷ୍ଟାର ଠଗେଶଙ୍କ ପଡକାଷ୍ଟରେ ଭାରତୀ ସିଂହ କହିଛନ୍ତି , କାହିଁକି ସେ ଶାହରୁଖଙ୍କୁ ଲାଲିର ଚରିତ୍ରରେ ଦେଖି ବହୁତ ଭାବୁକ ହୋଇ ଯାଇଥିଲେ। ଭାରତୀ ସିଂହ କହିଛନ୍ତି , ମୁଁ ଇଣ୍ଡଷ୍ଟ୍ରୀରେ ନଥିଲି , ଗାଁରୁ ଆସି ଥିଲି । ମୋର ବିଶ୍ୱାସ ନଥିଲା କି ଶାହରୁଖ ଲାଲି ପରି ଗେଟଅପ୍‌ କରିବେ । ମୁଁ ତାଙ୍କର ଭବ୍ୟତାର ସ୍ତର ବିଷୟରେ ମଧ୍ୟ ଜାଣି ନଥିଲି , ମୁଁ ମନ୍ନତ ବି ଦେଖି ନଥିଲି। ମୁଁ ବାସ୍‌ ତାଙ୍କୁ କେବଳ ପଚାରି ଥିଲି ସାର୍‌ ଆପଣ କଣ ଲାଲି ପରି ପୋଷାକ ପିନ୍ଧିବେ ? ସେ ତୁରନ୍ତ ହଁ କରି ଦେଲେ। ମୁଁ ଯେତେବେଳେ ତାଙ୍କୁ ୱିଗ୍‌ ଦେଲି , ତ ସେ ମୋ କ୍ୟାରେକ୍ଟରର ପୂରା କଷ୍ଟ୍ୟୁମ୍‌ ମାଗିଲେ, ଯାହା ଏକ ଫ୍ରକ୍‌ ଥିଲା। ଯେବେ ସେ କଷ୍ଟ୍ୟୁମ୍‌ ପିନ୍ଧିଲେ, ମୁଁ ନିଜର ଲୁହକୁ ରୋକି ପାରି ନଥିଲି। ମୁଁ ଅମୃତସରର ଏକ ଗରିବ ପରିବାରରୁ ମୁମ୍ୱାଇ ଆସି ଥିଲି, ଏବଂ ଏଠାରେ ମୁଁ ଶାହରୁଖ ଖାନଙ୍କୁ କିଛି କହିଲି ଏବଂ ସେ ତୁରନ୍ତ ପୁରା କରି ଦେଲେ। ମୋ ଜୀବନର ତାହା ଏକ ଗୋଲଡେନ୍‌ ଦିନ ଥିଲା ଏବଂ ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ। 

ଶାହରୁଖ ଖାନ କମେଡି ନାଇଟ୍ସ ବଚାଓର ସେଟ୍‌ରେ ଅତିଥି ହୋଇ ପହଞ୍ଚି ଥିଲେ। ଏହି ଶୋ’ରେ ଭାରତୀ ସିଂହ ପ୍ରତିଯୋଗୀ ଥିଲେ। ଏହି ଶୋ’ରେ ଭାରତୀ ସିଂହ ଶାହରୁଖ ଖାନଙ୍କୁ ଲାଲି ପରି ପ୍ରସ୍ତୁତ ହେବାକୁ କହି ଥିଲେ। ସେତେବେଳେ ଶାହରୁଖ ଥାନ ୱିଗ୍‌ ଲଗେଇ, ଫ୍ରକ୍‌ ପିନ୍ଧି ପ୍ରସ୍ତୁତ ହୋଇ ଥିଲେ। ଶାହରୁଖ ଖାନଙ୍କୁ ଏହିପରି ପ୍ରସ୍ତୁତ ହେବା ଦେଖି ଭାରତୀ ସିଂହ ଖୁବ୍‌ ଭାବୁକ ହୋଇ ଯାଇଥିଲେ। ସେ ଶାହରୁଖ ଖାନଙ୍କୁ ଆଲିଙ୍ଗନ କରି ଖୁବ୍‌ କାନ୍ଦି ଥିଲେ। ଶାହରୁଖ ଖାନ ତାଙ୍କୁ ହାତରେ କିସ୍‌ କରି ଥିଲେ। 

ଭାରତୀ ସିଂହଙ୍କ କାମର କଥା କହିବା ତ , ଏହି ସମୟରେ ସେ କଲର୍ସର ରିଆଲିଟି ଶୋ’ ଲାଫ୍ଟର ଶେଫ୍ସ ହୋଷ୍ଟ କରୁଛନ୍ତି। ଏହି ଲାଫ୍ଟର ଶେଫ୍ସର ଦ୍ୱିତୀୟ ସିଜନ। ଭାରତୀ ସିଂହ ଲାଫ୍ଟର ଶେଫ୍ସର ସିଜନ ୧ ମଧ୍ୟ ହୋଷ୍ଟ କରି ଥିଲେ।