ମାଲକାନଗିରି,୧୪/୧ (ଆପ୍ର ) ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ତେଲୁଗୁ ସମ୍ପ୍ରଦାୟର ଲୋକେ  ପୋଙ୍ଗଲ ଓ ଭୋଗୀ ଉତ୍ସବ ପାଳନ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦରମହକୁମା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ  ଭୋଗୀ ପାଇଁ ମଙ୍ଗଳବାର ମଧ୍ୟ ରାତ୍ର ରେ ବଡ଼ ବଡ଼ କାଠ ଗଣ୍ଡି ରେ   ନିଆଁ ଲଗାଇ ତାର ଚର୍ତୁପାର୍ଶ୍ଵ ରେ ଠିଆ ହୋଇ ପୂର୍ବପୁରୁଷ ଙ୍କୁ ସ୍ମରଣ ସହିତ ସ୍ମୃତି ଚାରଣ କରିଥିଲେ।

 ବୁଧବାର ସକାଳେ ସ୍ନାନ ସାରି ତେଲୁଗୁ ସମ୍ପ୍ରଦାୟର ଲୋକେ ନିଜ ନିଜ ପରିବାର ସହିତ ଭୋଗି ନିଆଁ ଜଳୁଥିବା ସ୍ଥାନ ରେ ପହଁଚିଥିଲେ। ନାନା ପ୍ରକାର ଫଳ ମୂଳ, ମିଷ୍ଠାନ ଭୋଗ ଅଗ୍ନି ଦେବତା ଙ୍କୁ ସମର୍ପିବା ସହ ଗୋବର ରେ ନିର୍ମିତ ମାଳ ନିଆଁ ରେ ପକାଇ ସେହି ପାଉଁଶ ବିଭୂତି କୁ ପରସ୍ପରଙ୍କ ମଥାରେ ଲଗାଇ କୋଳା କୋଳି ହୋଇ ବନ୍ଧୁତା ସ୍ଥାପନ କରିଥିଲେ। ଭୋଗୀ ଓ ପୋଙ୍ଗଲରେ ତେଲୁଗୁ ସମ୍ପ୍ର ଦାୟ ଲୋକେ ପୁରୁଣା ସାମଗ୍ରୀ ଓ କାଠ ବାଉଁଶ ଗୁଡିକୁ ଅଗ୍ନି ରେ ପକାଇ ଦେଇ ଥାନ୍ତି। ନୂଆ ଭାବେ ସାମଗ୍ରୀ କ୍ରୟ କରିବା ସହିତ ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି।