ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଭୂତ ବଙ୍ଗଲା ବକ୍ସ ଅଫିସରେ କମାଲ କରୁଛି । ଫିଲ୍ମ ଦମଦାର ରୋଜଗାର ମଧ୍ୟ କରିଛି । ୨୦ ଦିନରେ ଏହି ସିନେମା ବିଶ୍ବବ୍ୟାପୀ ୨୩୨ କୋଟି ଟଙ୍କାରୁ ଅଧିକ ରୋଜଗାର କଲାଣି । କେବଳ ଦେଶରେ ଏହି ସିନେମା ୧୪୮ କୋଟି ୨୫ ଲକ୍ଷ ଟଙ୍କାର ରୋଜଗାର କରିଛି । ତଥାପି କ୍ରୁ’ଙ୍କ ପେମେଣ୍ଟ ବାକିଥିବା ନେଇ ଅଭିଯୋଗ ହୋଇଛି । ୧୨୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ସିନେମା ଭଲ ରୋଜଗାର କରିବା ପରେ ମଧ୍ୟ କାହିଁକି ଆସିଛି ଏଭଳି ଅଭିଯୋଗ ।

ପ୍ରିୟଦର୍ଶନଙ୍କ ଡାଇରେକ୍ସନରେ ନିର୍ମାଣ ହୋଇଥିବା ଏହି ସିନେମାରେ ଅକ୍ଷୟ କୁମାର ଏବଂ ଏକତା କପୁର ଟଙ୍କା ବିନିଯୋଗ କରିଛନ୍ତି । ତେବେ ଏକତା କପୁର ଗତକାଲି ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କୁ ଇନଷ୍ଟାଗ୍ରାମରେ ପ୍ରଂଶସା କରିଥିଲେ । ଆଉ ଗୋଟିଏ ଦିନ ପରେ ସେମାନଙ୍କ ନାଁରେ ପେମେଣ୍ଟ ନ ଦେଇଥିବାର ଅଭିଯୋଗ ହୋଇଛି । ଜଣେ କ୍ରୁ ଅଭିଯୋଗ କରିଛନ୍ତି କି, ତାଙ୍କର ୩୦ ଲକ୍ଷ ମିଳିନାହିଁ । ଅନ୍ୟ ଜଣଙ୍କର ୧୮ ଲକ୍ଷ ଟଙ୍କା ବାକିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ।

କହି ରଖୁଛୁ କି,ଆଜିକାଲି ଶିଳ୍ପରେ ପେମେଣ୍ଟ ବାକି ରହିବା ଏବଂ ବିଳମ୍ବ ହେବା ଏକ ସାଧାରଣ କଥା ହୋଇଗଲାଣି । ପରିସ୍ଥିତି ଏପରି ହୋଇଛି ଯେ, ଏକ ଚଳଚ୍ଚିତ୍ର ମୁକ୍ତିଲାଭ ପରେ ପ୍ରଡକ୍ସନ ହାଉସ ଦ୍ୱାରା କ୍ରୁଙ୍କୁ ବକେୟା ଟଙ୍କା ଆଦାୟ କରିବା ଆହୁରି କଷ୍ଟକର ହୋଇପଡୁଛି । ଯଦିଓ୯୦ଦିନ ମଧ୍ୟରେ ଇନଭଏସ୍ କ୍ଲିୟର୍ କରିବାର ନିୟମ ଅଛି, ତଥାପି ଏହାକୁ କଡ଼ାକଡ଼ି ପାଳନ କରାଯାଉନାହିଁ ।'ଭୂତ ବଙ୍ଗଳା' କ୍ଷେତ୍ରରେ, ଜଣେ ବିକ୍ରେତା ଏପରି ଅଭିଯୋଗ କରିଛନ୍ତି ଯେ ପ୍ରଡକ୍ସନ ହାଉସ୍ ପେମେଣ୍ଟ କ୍ଷେତ୍ରରେ ଷ୍ଟାର ଏବଂ ମୁଖ୍ୟ କ୍ରୁଙ୍କୁ ପ୍ରାଥମିକତା ଦେଉଛି, କିନ୍ତୁ ଅନ୍ୟମାନଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଟଙ୍କା ପାଇବା ପାଇଁ ମାସ ମାସ ଅପେକ୍ଷା କରିବାକୁ ପଡୁଛି।

ଅନ୍ୟପକ୍ଷରେ, ଏକତା କପୁରଙ୍କ ବାଲାଜୀ ମୋସନ୍ ପିକଚର୍ସ ଦାବି କରିଛି ଯେ, ସମସ୍ତଙ୍କ ବକେୟା ରାଶି ପେମେଣ୍ଟ ହୋଇସାରିଛି । କମ୍ପାନୀ କହିଛି, "ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡ୍ କମ୍ପାନୀ ଦ୍ୱାରା କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସହିତ ଜଡିତ ସମସ୍ତ ଚୁକ୍ତି ଅନୁଯାୟୀ ଏହାର ସମସ୍ତ ଦେୟ ଦାୟିତ୍ୱ ପୂରଣ କରିଛି।"

ଏହାସହ ପଢ଼ନ୍ତୁ : ଆଇପିଏଲରେ ନୂଆ ରେକର୍ଡ କରିବେ ଭୁବନେଶ୍ବର କୁମାର