PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପାକିସ୍ତାନର ସମ୍ପର୍କରେ ଥିଲେ ପିଏଫ୍‌ଆଇ ସଦସ୍ୟ, ଫୋନ୍‌ରୁ ମିଳିଲା ୫୦ରୁ ଅଧିକ ପାକିସ୍ତାନୀ ନମ୍ବର

ଭୋପାଳ,୨୭।୯: ପିଏଫ୍‌ଆଇ ଉପରେ ମଧ୍ୟ ପ୍ରଦେଶ ପୋଲିସର ଚଢାଉ ପରେ ଖୋଲୁଛି ଗୁମର। ପିଏଫ୍‌ଆଇର ପାକିସ୍ତାନ କନେକ୍ସନ ମଧ୍ୟ ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ରୁ ୫୦ ରୁ ଅଧିକ ପାକିସ୍ତାନୀ ନମ୍ବର ମିଳିଛି। ବହୁବାର ଅଭିଯୁକ୍ତ ପାକିସ୍ତାନ ଯାଇ ସାରିଛନ୍ତି। ତେଣୁ ପୋଲିସ ଏବେ ଟେରର ଫଣ୍ଡିଂ ସମ୍ପର୍କିତ ପ୍ରମାଣ ଏକାଠି କରୁଛି।

ନିକଟରେ ପିଏଫ୍‌ଆଇର ଅବଦୁଲ କରିମ୍‌(ପ୍ରଦେଶ ଅଧ୍ୟକ୍ଷ), ମହମ୍ମଦ ଜାଭେଦ(ପ୍ରଦେଶ, କୋଷାଧ୍ୟକ୍ଷ), ଜମିଲ ଶେଖ(ପ୍ରଦେଶ ସଚିବ) ଓ ଅବଦୁଲ ଖାଲିଦ(ଜେନେରାଲ ସେକ୍ରେଟାରୀ)ଙ୍କୁ ଗିରଫ କରିଥିଲା। ସେତେବେଳେ ସବୁ ଅଭିଯୁକ୍ତଙ୍କୁ ଏମପି ଏଟିଏସ୍‌ ପଚରା ଉଚରା କରୁଛି। କୋର୍ଟ ଅଭିଯୁକ୍ତଙ୍କୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ନେଇଛି। ଅଭିଯୁକ୍ତଙ୍କ ମୋବାଇଲ ଫୋନ୍, ଲାପଟପ୍‌ ଓ ଅନ୍ୟ ଇଲେକ୍ଟ୍ରୋନିକ୍ ଉପକରଣର ଯାଞ୍ଚ କରିବା ପରେ ତାଙ୍କର ପାକିସ୍ତାନ କନେକ୍ସନ ସାମନାକୁ ଆସିଥିଲା।

ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଅବଦୁଲର ଖାଲିଦର ମୋବାଇଲ ଫୋନ୍‌ରେ ବହୁ ରହସ୍ୟ ରହିଛି। ଖାଲିଦର ମୋବାଇଲରେ ୫୦ ରୁ ଅଧିକ ପାକିସ୍ତାନୀ ନମ୍ବର ମିଳିଛି। ତା ଭାଇ ମହମ୍ମଦ ମହମ୍ମୁଦ ମଧ୍ୟ ୬ ଥର ପାକିସ୍ତାନ ଯାଇ ସାରିଛି। ଯାଞ୍ଚ ଏଜେନ୍ସି ମହମ୍ମଦ ମେହମ୍ମୁଦର ସନ୍ଧାନରେ ରହିଛି। ଏମପି ଏଟିଏସ୍‌ ଆଜି ରାଜ୍ୟର ୮ଟି ଜିଲ୍ଲାରେ ଚଢାଉ କରି ୨୧ ଜଣ ସନ୍ଦିଗ୍ଧଙ୍କୁ କଷ୍ଟଡି​‌ରେ ନେଇଛି।  

ସମ୍ବନ୍ଧିତ ଖବର