ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆରମ୍ଭ ହେଲା ଭୁବନେଶ୍ୱର ବାଲିଯାତ୍ରା, ୧୦ ଦିନ ପାଇଁ ଚାଲିବ ମେଳା

Published By : Swapna Ray | November 15, 2024 11:03 AM

ଭୁବନେଶ୍ୱର,୧୫।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାଠାରୁ କୁଆଖାଇ ନଦୀ ପଠାରେ ଶୁକ୍ରବାର ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି । ଚଳିତ ବର୍ଷ ୧୦ ଦିନ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ବାଲିଯାତ୍ରା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ସକାଳ ୭ଟାରେ ବୋଇତବନ୍ଦାଣ ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ମହୋତ୍ସବ ସଭାପତି ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବରେ ଯୋଗଦେବେ । ସନ୍ଧ୍ୟା ୫ଟାରେ ମୁଖ୍ୟଅତିଥି ଭାବରେ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି, କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ମହୋତ୍ସବ କମିଟିର ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଭୁବନେଶ୍ୱର ବାଲିଯାତ୍ରା ଓ ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିବେ । ୨୪ ତାରିଖ ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବରେ ଯୋଗଦେବେ । 

କୁଆଖାଇ ପଠାରେ ଜନଗହଳିକୁ ଆଖିଆଗରେ ରଖି ପାର୍କିଂ ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ବାଲିଯାତ୍ରା ସ୍ଥଳକୁ ପଲିଥିନ ମୁକ୍ତ ରଖିବାକୁ ପ୍ରାଥମିକତା ଦିଆଯାଇଛି । ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସହିତ ଦୁଇଟି ଆମ୍ବୁଲନ୍ସର ବ୍ୟବସ୍ଥା, ଅଗ୍ନିଶମ ଓ ଓଡ଼୍ରାଫ ଟିମ ମୃତୟନ, ସ୍ୱଚ୍ଛ ପାନୀୟଜଳ,ମହିଳାଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ, ସ୍ୱେଚ୍ଛାସେବୀ ଓ ପୋଲିସ ମିତ୍ର ମୃତୟନ ହେବେ । କମିସନରେଟ ପୁଲିସ ପକ୍ଷରୁ ଆବଶ୍ୟକ ଟ୍ରାଫିକ ଓ ପୁଲିସ ଅଫିସର ମାନେ ମୃତୟନ ରହିବେ । ଚୋରି ଓ ଭିଡ଼ରେ ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବାଲିଯାତ୍ରାକୁ ସିସିଟିଭି ରେ ମନିଟରିଂ କରାଯିବ । ଉଚ୍ଚ ଟାୱାର ଉପରୁ କଡ଼ା ନଜର ରଖାଯିବ । 

ସୂଚନା କେନ୍ଦ୍ର, ପୁଲିସ ସହାୟତା କେନ୍ଦ୍ର, ଭିନ୍ନକ୍ଷମ ସହାୟତା କେନ୍ଦ୍ରର ବ୍ୟବସ୍ଥା ରହିଛି । ସମ୍ପୂର୍ଣ୍ଣ ପଡ଼ିଆ ଓ ସଂଯୋଗ କରୁଥିବା ରାସ୍ତାକୁ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ଦୁଇଟି (ଉପର ଓ ତଳ) ମଞ୍ଚରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଉପର ମଞ୍ଚରେ ଅଞ୍ଚଳର ଛୋଟ ବଡ଼ କଳାକାର ମାନଙ୍କ ଦ୍ୱାରା ପାରମ୍ପାରିକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ତଳ ମଞ୍ଚରେ ବଲିଉଡ଼,ଓଲିଉଡ଼ର କଳାକାରଙ୍କ ଦ୍ୱାରା ମେଲୋଡ଼ି କାର୍ଯ୍ୟକ୍ରମ ରହିଛି । 

ଗାଡ଼ି କେଉଁଠି ରଖିବେ

୧୫ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବାଲିଯାତ୍ରା ସ୍ଥଳକୁ ଯିବା ପାଇଁ ବିଭିନ୍ନ ରାସ୍ତାରେ କମିସନରେଟ ପୁଲିସ ପକ୍ଷରୁ ପୁଲିସ ମୃତୟନ ରହିବେ । ହାଇଟେକ ଛକ, ମଞ୍ଚେଶ୍ୱର ପଟୁ ଆସୁଥିବା ଯାନବାହାନ ଏସକେପ ଗଡ଼ାର ଦକ୍ଷିଣ ପାଶ୍ୱର୍ରେ ନଦୀ କଡ଼ରେ ଗାଡ଼ି ପାର୍କିଂ କରିବେ । ପଟିଆ ଓ କିଟ୍ ରାସ୍ତା ଦେଇ ଅସୁଥିବା ଯାନବାହାନ ପ୍ରଥମେ ଜରିପାଟଣା ପଡ଼ିଆ ପରେ ୧୯ ଗୁଣ୍ଠ ପଡ଼ିଆରେ (ବରିମୁଣ୍ଡ ପଞ୍ଚାୟତ) ପାର୍କିଂ କରିବେ । ବାରଙ୍ଗ, ପ୍ରତାପ ନଗରୀ, ଗଣ୍ଡରପୁର ପଟୁ ଆସୁଥିବା ଯାନବାହାନ ପ୍ରଥମେ ବାଲିଯାତ୍ରା ପଡ଼ିଆ ପରେ ଲକ୍ଷେଶ୍ୱର ମହାଦେବଙ୍କ ପ୍ରାଙ୍ଗଣ ଓ ଚନ୍ଦନ ତୋଟା (ବରିମୁଣ୍ଡ)ରେ ପାର୍କିଂ କରିବେ । 

କେମିତି ପହଞ୍ଚିବେ 

ହାଇଟେକ ଛକ ୧୬ନଂ କଟକ-ଭୁବନେଶ୍ୱର ଜାତୀୟ ରାଜପଥରୁ କୁଆଖାଇ ନଦୀ ରାସ୍ତାରେ ଆସିଲେ ସଢ଼େ ୪ କିଲୋମିଟର । ପଟିଆ, କିଟ ଛକରୁ ପଦ୍ମକେଶରପୁର, ଇଞ୍ଜଣା, ଜରିପାଟଣା ହୋଇ ଆସିଲେ ୪ କିଲୋମିଟର । ବାରଙ୍ଗ,ପ୍ରତାପନଗରୀ ପଟୁ ଆସୁଥିଲେ ଗଣ୍ଡରପୁର ହାଇସ୍କୁଲ ଛକଠାରୁ ୫ କିଲୋମିଟର । ସେପଟେ ନହରକଣ୍ଟା ଓ ବଙ୍ଗୁଆରିରୁ ଆସିବାକୁ ହେଲେ କୂଆଖାଇ ନଦୀରେ ଅସ୍ଥାୟୀ ବାଉଁଶ ପୋଲର ବ୍ୟବସ୍ଥା କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.