ଏପ୍ରିଲ ୭ରୁ ଗଡ଼ିବ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ, ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ୧୯ରୁ ବାତିଲ

ଭୁବନେଶ୍ୱର,୨୫/୦୩: ଏପ୍ରିଲ ୭ ତାରିଖରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ରେ ଛାଡ଼ି ଭଦ୍ରକରେ ରାତି ୯ଟା ୧୫ରେ ପହଞ୍ଚିବ । ଏପ୍ରିଲ ୮ରୁ ଭଦ୍ରକରୁ ସକାଳ ୬ଟା୧୫ରେ ଛାଡ଼ି ଭୁବନେଶ୍ୱରେ ସକାଳ୯ଟା୫୦ରେ ପହଞ୍ଚିବ ।
ଏହି ଟ୍ରେନ୍ ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଉଭୟ ପାଶ୍ୱର୍ରୁ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କେନ୍ଦ୍ରାପଡ଼ା ରୋଡ଼, ମଙ୍ଗୁଳି, ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଜଖପୁରା, ଯାଜପୁର କେନ୍ଦୁଝର ରୋଡ଼, କୋରେଇ, ବୈତରଣୀ ରୋଡ଼, ଦୁଲାଖାପାଟନା, ମଞ୍ଜୁରୀରୋଡ଼, କେନ୍ଦୁଆପଦା, କପାଲି ରୋଡ଼ ଏବଂ ବାଉଦପୁର ଷ୍ଟେସନ୍ରେ ରହିବ । ଯାତ୍ରୀଙ୍କ ଚଳାଚଳ ସୁବିଧା ଓ କୋଭିଡ ପରିସ୍ଥିତି ଏବଂ ପ୍ରୋଟକଲଗୁଡ଼ିକୁ ଦୃଷ୍ଟିରେ ରଖି ଆହୁରି କେତେକ ପାସେଞ୍ଜର୍/ମେମୁ ଟ୍ରେନ୍ ଏବଂ କିଛି ଏକ୍ସପ୍ରେସ ଟ୍ରେନ୍ର ଚଳାଚଳ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱର-କୋରାପୁଟ ବିଶେଷ ଟ୍ରେନ ସେବାକୁ ଏପ୍ରିଲ ୧୯ରୁ ବାତିଲ କରାଯିବ । ସମ୍ୱଲପୁର-ଟିଟିଲାଗଡ଼ ଏବଂ ରାୟଗଡ଼ା ମାର୍ଗ ଦେଇ ଚଳାଚଳ କରୁଥିବା ଭୁବନେଶ୍ୱର-କୋରାପୁଟ ସ୍ୱତନ୍ତ୍ର ଟ୍ରେନ୍କୁ ଏପ୍ରିଲ ୧୯ ତାରିଖରୁ ଭୁବନେଶ୍ୱରରୁ ଏବଂ ଏପ୍ରିଲ ୨୦ ତାରିଖରୁ କୋରାପୁଟରୁ ବାତିଲ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।