ଭୁବନେଶ୍ବର, ୨୪/୨ : ଦିନରେ ପ୍ରବଳ ଖରା । ରାତିରେ ଶୀତ । ଏମିତି ପାଗ ଏବେ କିଛିଦିନ ରାଜ୍ୟରେ ଅନୁଭୂତ ହେଉଥିଲା । ମାତ୍ର ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଟ୍ବିନସିଟିରେ ବର୍ଷା ସହ ଘଡ଼ଘଡ଼ି ହୋଇଛି । ରାଜଧାନୀରେ ପ୍ରବଳ ବର୍ଷା ହୋଇଛି । ଏଭଳି ଅନେକ ସ୍ଥାନରେ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ରାଜଧାନୀକୁ ୩ ଘଣ୍ଟାର ଓ୍ବାର୍ଣ୍ଣିଂ ଦିଆଯାଇଛି । ଆସନ୍ତା ୩ ଘଣ୍ଟା ଯାଏ ବର୍ଷା ହେବ । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଜାରି ରହିଛି । ଏହାସହ ରାଜଧାନୀରେ ପବନର ବେଗ ମଧ୍ୟ ଅଧିକ ରହିଥିବା ଦେଖିବାକୁ ମିଳି
ବହୁଦିନ ପରେ ବର୍ଷା ହୋଇଥିବାବେଳେ ଅନେକ ଲୋକ ଏହାର ମଜା ଉଠାଇଛନ୍ତି । ଲୋକେ ବିଭିନ୍ନ ଫଟୋ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି । ତେବେ ପାଣିପାଗ ବିଭାଗର ସୂତ୍ର ଅନୁସାରେ ଆଜି ଟ୍ବନସିଟି ସମେତ ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପୁର୍ବାନୁମାନ କରାଯାଇଥିଲା । ସଂନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କାଳବୈଶାଖୀ ଆଲର୍ଟ ରହିଛି । ଟ୍ବିନସିଟି ସମେତ ପୁରୀ, ଗଞ୍ଜାମ, ମୟୂରଭଞ୍ଜରେ ମଧ୍ୟ ଆଲର୍ଟ ରହିଛି ।
ଏହାସହ ପଢ଼ନ୍ତୁ : ରାଜଧାନୀରେ କାନ୍ଥ ଭୁଶୁଡ଼ି ଚାଲିଗଲା ୨ଜୀବନ