ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବ କି ରାଜଧାନୀ ? କଳେବର ବଢ଼ିବା ପରେ ତେଜୁଛି ଦାବି

ଭୁବନେଶ୍ୱର ୧୮/୧୧: ୧୯୯୩ରେ ପୁରୀ ଜିଲ୍ଲା ୩ ଖଣ୍ଡ ହୋଇ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ହୋଇଥିଲା । ଭୁବନେଶ୍ୱର ସେବେଠୁ ଖୋର୍ଦ୍ଧା ଜିଲ୍ଲାରେ ରହି ଆସିଛି । ଗତ ୩୦ ବର୍ଷ ଭିତରେ ରାଜ୍ୟର ରାଜଧାନୀ ଭୁବନେଶ୍ୱରର କାୟା ଢେର ବଦଳି ଯାଇଛି । କେବଳ ଭୁବନେଶ୍ୱର ମହାନଗର ନିଗମର ଲୋକସଂଖ୍ୟା ୨୦ ଲକ୍ଷ ଟପିଗଲାଣି । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଜରୁରି ହୋଇପଡିଛି ।

ଏବେ ଖୋର୍ଦ୍ଧା ଜିଲ୍ଲାରେ ୧୦ଟି ବ୍ଲକ୍‌, ଗୋଟିଏ ମହାନଗର ନିଗମ, ଦୁଇଟି ମ୍ୟୁନିସିପାଲଟି, ଦୁଇଟି ଏନଏସି ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଜିଲ୍ଲାର ଲୋକସଂଖ୍ୟା ୨୨ ଲକ୍ଷ ୫୧ ହଜାର । ଗତ ୧୦ ବର୍ଷରେ ଏହି ଲୋକସଂଖ୍ୟା ନିହାତି ଭାବେ ୩୫ ଲକ୍ଷ ଟପିଥିବାର ଆକଳନ କରାଯାଉଛି । ଏହି ୧୦ଟି ବ୍ଲକ୍‌ ଦୁଇଟି ସବଡିଭିଜନରେ ବିଭକ୍ତ । ଭୁବନେଶ୍ୱର ସବଡିଭିଜନରେ ଭୁବନେଶ୍ୱର ବ୍ଲକ୍‌, ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ରହିଛି । ଖୋର୍ଦ୍ଧା ଉପଖଣ୍ଡରେ ୬ଟି ବ୍ଲକ୍‌ ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ବୋଲଗଡ଼, ଚିଲିକା ଓ ବାଣପୁର ରହିଛି । 

ଭୁବନେଶ୍ୱର ବିଧାନସଭା ଆସନ ଇତି ମଧରେ ୩ଟି ହୋଇଛି । ଭୁବନେଶ୍ୱର ମଧ୍ୟ, ଉତ୍ତର ଭୁବନେଶ୍ୱର ଓ ଏକାମ୍ର । ସହରର ପରିସୀମା ପ୍ରତି ବର୍ଷ ବଢ଼ି ଚାଲିଛି । ଖୋର୍ଦ୍ଧାରେ ଜିଲ୍ଲାପାଳଙ୍କ ଅଫିସ୍‌ ରହିଛି । ଖୋର୍ଦ୍ଧା ଜିଲ୍ଲାର ସୀମା ବାଲିପାଟଣାରୁ ଆରମ୍ଭ କରି ଚିଲିକା-ବାଣପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ । ଭୁବନେଶ୍ୱରର ୩ ନିର୍ବାଚନ ମଣ୍ଡଳୀ ସହିତ ବାଲିପାଟଣା, ବାଲିଅନ୍ତା, ପିପିଲି ଓ ଜଟଣୀକୁ ନେଇ ଏହି ନୂତନ ଜିଲ୍ଲା ଗଠନ ହେଲେ ପ୍ରଶାସନିକ ସ୍ତରରେ କାର୍ଯ୍ୟ ସୁଗମ ହୋଇପାରିବ । ଯେହେତୁ ଭୁବନେଶ୍ୱର ରାଜ୍ୟର ରାଜଧାନୀ ଏଠାରେ ଜନସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ । ରାଜସ୍ୱ ପରିଚାଳନା, ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ନୂତନ ଜିଲ୍ଲା ଗଠନ ସହାୟକ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.