ଭୁବନେଶ୍ବର, ୦୮/୦୩: ରାଜଧାନୀ ଭୁବନେଶ୍ବରରେ ଲଭ୍ ଜିହାଦ ଅଭିଯୋଗ । ଯୁବତୀଙ୍କୁ ଫସାଇ କର୍ଣ୍ଣାଟକ ଚାଲାଣ କରୁଥିଲା ଯୁବକ । ସୂଚନା ପାଇ ଯୁବକଙ୍କୁ ମାଡ଼ିବସିଲା ପୁଲିସ । ସହିଦନଗର ପୁଲିସ ଇରଫାନ୍ ଅନସାରୀ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତର ଘର କର୍ଣ୍ଣାଟକ ବୋଲି ଜଣାପଡ଼ିଛି । ଉଭୟଙ୍କର ପରିଚୟ ସୋସିଆଲ୍ ମିଡିଆରୁ ହୋଇଥିଲା । ପରେ ଯୁବତୀଙ୍କୁ ପ୍ରେମ ଜଲରେ ଫସାଇ କର୍ଣ୍ଣାଟକକୁ ଚାଲାଣ କରୁଥିଲେ ଇରଫାନ ଅନସାରୀ । ଏତିକି ବେଳେ ସହିତନଗର ପୁଲିସ ରେଡ୍ ମାରି ଏକ ହୋଟେଲରୁ ଯୁବତୀଙ୍କୁ ଉଦ୍ଧାର କରିଛି ।....