​​​​​​​ଭୁବନେଶ୍ବର,୭।୧ :ବଦଳିବ ଭୁବନେଶ୍ୱର ପୁରୀ ଏନ ଏଚ ରାସ୍ତା। ହେବ ୬ ବା ୮  ଲେନ ରୋଡ। କେନ୍ଦ୍ର ପରିବହନ ମନ୍ତ୍ରାଳୟରୁ ମିଳିଛି ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ  କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ଏହା ମଞ୍ଜୁର ହେବା ପରେ ଡିପିଆର ପ୍ରସ୍ତୁତି କାମ ଆରମ୍ଭ ହୋଇଛି।  ୬ମାସ ରେ ଡିପିଆର ସରିବ  ଓ ତାପରେ ଟେଣ୍ଡର ଡ଼କାଯିବ। ଟେଣ୍ଡର ଡ଼କା ହେବାର ଦେଢ଼ ବର୍ଷ ମଧ୍ୟରେ କାମ ସରିବ ବୋଲି ସୂଚନା ଦେଇଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ।

 ଏହି ଲେନକୁ  ଆକ୍ସସେସ କଣ୍ଟୋଲ ଲେନ କରାଯିବ । ମନ ଇଚ୍ଛା ଆଉ ଲୋକେ ଏନ ଏଚ କୁ ପ୍ରବେଶ କରିବେ ନାହିଁ। ପ୍ରବେଶ ପାଇଁ ୪ ରୁ ୫ ଟି ସ୍ଥାନ ରହିବ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆକ୍ସେସ ପଏଣ୍ଟକରିବୁ ବୋଲି ସୂଚନା ଦେଲେ ଏନଏଚଏଆଇ ରିଜିଓନାଲ ଅଧକାରୀ ବୀରେନ୍ଦ୍ର ସିଂ। ।  ଭୁବନେଶ୍ୱର ପୁରୀ ରୋଡ ଗହଳି ରୋଡ ହେଇଯାଉ ଥିବାରୁ ଏମିତି ନିଷ୍ପତ୍ତି ନିଆ ଯାଇଛି।। ୬ ଲେନ ରାସ୍ତା ସହ ହେବ ସର୍ଭିସ ରୋଡ଼।