ଭୁବନେଶ୍ୱର ୪/୪: ଭୂଦାନ ମୁର୍ମୁଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର । ଭୂଦାନଙ୍କ ଇସ୍ତଫା ପତ୍ର ଗ୍ରହଣ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୂଦାନଙ୍କୁ ସାରସକଣାରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ତେବେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ନହୋଇଥିବାରୁ ଅଡୁଆରେ ଥିଲେ ଭୂଦାନ । ଏନେଇ ବୁଧବାର ନବୀନ ନିବାସ ଯାଇଥିଲା ବିଜେପିର ଏକ ଟିମ୍ । ଭୂଦାନ ସରକାରୀ ଚାକିରିରୁ ଦେଇଥିବା ଇସ୍ତଫା ପତ୍ର ସରକାର ଗ୍ରହଣ କରିନଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଆଜି ବି ସଚିବ ଓ ସ୍ୱାସ୍ଥ୍ଯ ସଚିବଙ୍କୁ ଭେଟିଥିଲା ବିଜେପି । ମୟୁରଭଞ୍ଜ ଭାଲୁକି ମେଡିକାଲରେ ଡାକ୍ତର ଥିଲେ ଭୂଦାନ ମୁର୍ମୁ । ତେବେ ଆଜି ତାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇଥିବା ନେଇ ସ୍ୱାସ୍ଥ୍ଯ ବିଭାଗ ପକ୍ଷରୁ ସୂଚନା ମିଳିଥିଲା ।