ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସୋର, ୨୭/୫: ୧୬ନମ୍ବର ଜାତୀୟ ରାଜପଥ ବାରିକପୁରଠାରେ ଟ୍ରକ ଚକା ତଳେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି l ଏହି ଘଟଣାକୁ ନେଇ ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରl ଦୁଇ ଘଣ୍ଟା ଧରି ରାଜପଥ ଅବରୋଧ କରାଯାଇଛି l
ମୃତକ ହେଲେ ବାହାନଗା ବ୍ଲକ ପଥର ପେଣ୍ଠ ଗ୍ରାମର ନରେନ୍ଦ୍ର ମହାଳିକ l ମୃତକ ପରିବାରକୁ କ୍ଷତି ପୂରଣ ଓ ରାଜପଥ ନିର୍ମାଣଧୀନ କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ l ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି l ରାଜପଥର ଉଭୟ ପାର୍ଶ୍ୱରେ ଦୁଇ କିଲୋମିଟର ରାସ୍ତାରେ ଗାଡ଼ି ଅଟକିଛି l ଭୁବନେଶ୍ୱର ବାଲେଶ୍ୱର ରାଜପଥରେ ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି l