ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଜେଟ ପେଡିରେ ବିହାରକୁ ଅଜାଡି ପକାଇଲେ; ଗଠନ ହେବ ମଖାନା ବୋର୍ଡ, ବଢିବ ଆଇଆଇଟି ସିଟ୍

Published By : Ankita S | February 1, 2025 1:45 PM

ନୂଆଦିଲ୍ଲୀ,୦୧/୦୨: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ କେନ୍ଦ୍ର ବଜେଟ ଆସି ସାରିଛି । ବଜେଟରେ ବଡ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏଥିରେ ବିହାରକୁ ବଡ ଭେଟି ମିଳିଛି । ବିହାର ରାଜ୍ୟ ପାଇଁ ବଜେଟରେ ଅଜାଡି ପକାଇଛନ୍ତି । ବିହାରରେ ମଖାନା ବୋର୍ଡ ଗଠନ ହେବ । ଏଥିରେ ନିୟୋଜିତ ଲୋକଙ୍କୁ ଏଫପିଓରେ ସଂଗଠିତ କରାଯିବ । ମଖାନା ବୋର୍ଡରେ ଚାଷୀମାନଙ୍କୁ ତାମିଲ ଦିଆଯିବ । ଏହା ସହିତ ବିହାରରେ ଗ୍ରୀନଫିଲ୍ଟ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ପାଟନା ବିମାନ ବନ୍ଦର କ୍ଷମତା ମଧ୍ୟ ବଢିବ ।

ବଜେଟ ପେଡିରେ ବିହାର ପାଇଁ ଖାଲି ଭେଟି ଆଉ ଭେଟି । ବିହରରେ ମଖାନା ବୋର୍ଡ ଗଠନ ହେବ । ଏହା ସହିତ ଗ୍ରୀନଫିଲ୍ଡ ବିମାନ ବନ୍ଦର ସୁବିଧା ପ୍ରଦାନ କରାଯିବ । ପାଟନା ବିମାନ ବନ୍ଦରର କ୍ଷମତାକୁ ମଧ୍ୟ ବଢାଯିବ । ପାଟନା ଆଇଆଇଟି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଗଠନ ହେବାକୁ ଯାଉଥିବା ମଖାନା ବୋର୍ଡରେ ଚାଷୀଙ୍କୁ ତାଲିମ ଦିଆଯିବ । ଏହା ସମସ୍ତ ସରକାରୀ ଯୋଜନାରେ ସାମିଲ କରିବା ଲାଗି କାର୍ଯ୍ୟ କରିବ । ଏହା ପୂର୍ବରୁ ମଧ୍ୟକାଳୀନ ବଜେଟରେ ମୋଦି ସରକାର ଆନ୍ଧ୍ରପ୍ରଦେଶକୁ ଫୋକସ କରିଥିଲେ ମାତ୍ର ପୂର୍ଣ୍ଣାଙ୍ଗ ବଜେଟରେ ବିହାରୁ ଅଜାଡି ପକାଇଛନ୍ତି । ବିହାରକୁ ବଜେଟରେ ଉପହାର ଦେଇ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଖୁସି କରିବାକୁ ଚେଷ୍ଟା କରାଯାଉଥିବା ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...ଆୟକରଦାତାଙ୍କୁ ବଡ ଉପହାର ;୧୨ ଲକ୍ଷ ଯାଏଁ ଟିକସ ଛାଡ, ଆସିବ ନୂଆ ବିଲ୍

ଆର୍ଥିକ ବର୍ଷ ୨୦୨୫-୨୬ରେ ମହିଳା, ଚାଷୀ ଓ ଗରିବଙ୍କୁ ଫୋକସ କରାଯାଇଛି । ମଧ୍ୟବିତ୍ତଙ୍କୁ ଟ୍ୟାକ୍ସ ଛାଡ ଆଶ୍ବସ୍ତି ଦେଇଛି । ସେହିପରି ଚାଷୀଙ୍କ କିସାନ କ୍ରେଡିଟ୍ କାର୍ଡ ଲିମିଟକୁ ବୃଦ୍ଧି କରାଯାଇଛି । ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ ହେବ । ଯେଉଁଥିରେ ୧.୭ କୋଟି କୃଷକ ଉପକୃତ ହେବେ ବୋଲି ବଜେଟରେ ଘୋଷଣା ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ବଡ ଘୋଷଣା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.